ରାଜ୍ୟରେ କରୋନାରେ ପ୍ରାଣ ହରାଇଲେ ୧୦

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୦ ଜଣ ପ୍ରାଣ ହରାଇଛନ୍ତି । ଫଳରେ ମୋଟ କରୋନା ମୃତୁ୍ୟ ସଂଖ୍ୟା ୨୦୧୭ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବୌଦ୍ଧରେ ୧, ଗଞ୍ଜାମରେ ୧, ଖୋର୍ଦ୍ଧାରେ ୧, ପୁରୀରେ ୩, ରାୟଗଡ଼ାରେ ୩ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତୁ୍ୟ ଘଟିଛି ।
ଅପରପକ୍ଷରେ ରାଜ୍ୟରେ ଆଉ ୮୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୪୭୮୧ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୩୬୦୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩୪୭, ବାଲେଶ୍ୱରରେ ୨୦୨, ବରଗଡ଼ରେ ୨୫୭, ଭଦ୍ରକରେ ୬୭, ବଲାଙ୍ଗୀରରେ ୩୫୮, ବୌଦ୍ଧରେ ୮୩, କଟକରେ ୪୯୬, ଦେବଗଡ଼ରେ ୬୧, ଢେ଼ଙ୍କାନାଳରେ ୨୧, ଗଜପତିରେ ୯୬, ଗଞ୍ଜାମରେ ୨୦୯, ଜଗତସିଂହପୁରରେ ୧୨୯, ଯାଜପୁରରେ ୨୭୦, ଝାରସୁଗୁଡ଼ାରେ ୪୩୩, କଳାହାଣ୍ଡିରେ ୧୨୬, କନ୍ଧମାଳରେ ୫୩, କେନ୍ଦ୍ରାପଡ଼ାରେ ୪୯, କେନ୍ଦୁଝରରେ ୧୭୫, ଖୋର୍ଦ୍ଧାରେ ୧୮୪୦, କୋରାପୁଟରେ ୬୯, ମାଲକାନାଗିରିରେ ୨୪, ମୟୂରଭଞ୍ଜରେ ୨୮୯, ନବରଙ୍ଗପୁରରେ ୩୮୮, ନୟାଗଡ଼ରେ ୧୨୨, ନୂଆପଡ଼ାରେ ୨୩୩, ପୁରୀରେ ୨୫୯, ରାୟଗଡ଼ାରେ ୭୫, ସମ୍ବଲପୁରରେ ୩୦୭, ସୋନପୁରରେ ୬୭, ସୁନ୍ଦରଗଡ଼ରେ ୯୩୩ ଓ ରାଜ୍ୟ ପୁଲରେ ୩୪୮ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor