କରୋନା ମିଟର ଉପରମୁହାଁ, ଏମିତି କହିଲେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ
ଭୁବନେଶ୍ୱର: ଦିନକୁ ଦିନ କରୋନା ମିଟର ଉପରମୁହାଁ ହେବାରେ ଲାଗିଛି । ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ହେତୁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । କରୋନାର ତୃତୀୟ ଲହର ଓ ଓମିକ୍ରନକୁ କିପରି ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି । ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୦୦୦ ପାର୍ କରିଥିବାବେଳେ ୩ଜଣଙ୍କ ଜୀବନ ଯାଇଛି ।
ଏହାରି ଭତରେ କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଏଭଳି ପ୍ରତିକ୍ରିୟା ରଖିଛିନ୍ତି । ସେ କହିଛନ୍ତି ଅଳ୍ପ ଦିନରେ କରୋନା ପିକ କୁ କ୍ରସ କରିବ । ଟେଷ୍ଟ, ପଜିଟିଭ୍, ହସ୍ପିଟାଲାଇଜେସନ୍, ମୃତୁ୍ୟ ହାରକୁ ଦେଖି ନିଷ୍ପତ୍ତି ନିଆଯିବ । ବର୍ତ୍ତମା ନ ସଂକ୍ରମଣ ବଢୁଛି, ତଥାପି ହସ୍ପିଟାଲାଇଜେସନ୍ କମ୍ ରହୁଛି ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିତ୍ତି ଭୂମି ବୃଦ୍ଧି ହେଉଛି, ଔଷଧ, ଅକ୍ସିଜେନ, ବେଡ୍ ପ୍ରସ୍ତୁତ ରଖାଯାଉଛି । ବର୍ତ୍ତମାନ ଜେନେରାଲ ବେଡରେ ୬.୫%, ଆଇସିୟୁରେ ୧୨.୫୧% ଆକ୍ରାନ୍ତ ଚିକିସôାଧୀନ ଅବସ୍ଥାରେ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
Powered by Froala Editor