ଆଜିଠୁ ବୁଷ୍ଟର ଡୋଜ
ନୂଆଦିଲ୍ଲୀ: ଦେଶରେ ଓମିକ୍ରମ ଭୟାବହତା ଭିତରେ ଟୀକାରଣକୁ ଗୁରୁତ୍ବ ଦେଇଛନ୍ତି ସରକାର । ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟୀକାକରଣ ପରେ ଆଜିଠୁ ଦେଶରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟୀକାକରଣ । ପ୍ରଥମେ ସମ୍ମୁଖ କୋଭିଡ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଭିତ୍ତିରେ ଏହି ବୁଷ୍ଟର ଡୋଜ ଟିକା ଦିଆଯିବ । କୋ-ୱିନ୍ ଆପରେ ଅନଲାଇନ ପଞ୍ଜୀକରଣ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିନଥିବେ ସେମାନେ ସିଧାସଳଖ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଦ୍ବିତୀୟ ଡୋଜ ନେବାର ୯ ମାସ ବା ୩୯ ସପ୍ତାହ ପରେ ତୃତୀୟ ଡୋଜ ନେଇହେବ । ଯେଉଁମାନେ ପ୍ରଥମ ଓ ଦ୍ବିତୀୟ ଡୋଜ ଭାବେ କୋଭାକ୍ସିନ ନେଇଥିଲେ ତୃତୀୟ ଡୋଜ ଭାବେ ସେହି କୋଭାକ୍ସିନ ହିଁ ନେବେ ଏବଂ ଯେଉଁମାନେ କୋଭିସିଲ୍ଡ ନେଇଥିବେ ସେମାନେ କୋଭିସିଲ୍ଡ ନେବେ । ସମସ୍ତ ବରିଷ୍ଠ ନାଗରିକ ନୁହନ୍ତି ଏକାଧିକ ଜଟିଳ ରୋଗ ଥିବା ୬୦ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ହିଁ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ।
Powered by Froala Editor