୨୪ଘଣ୍ଟାରେ ରାଜ୍ୟରେ ୪୦୦୦ ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଧୀରେଧୀରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୪୦୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୪ହଜାର ୭୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୭୫୫ଜଣ ରହିଥିବାବେଳେ ୧୯୫୯ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୪୧୬ ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ୧୬୧୯ , ଅନୁଗୁଳରୁ ୨୨, କଟକରୁ ୩୬୦, ବାଲେଶ୍ୱରରୁ ୧୨୩, ବରଗଡରୁ ୫୬, ଭଦ୍ରକରୁ ୭, ବଲାଙ୍ଗୀରରୁ ୯୯, ବୌଦ୍ଧରୁ ୬, ଦେବଗଡରୁ ୩୬, ଢେଙ୍କାନାଳରୁ ୯, ଗଜପତିରୁ ୩୨, ଗଞ୍ଜାମରୁ ୭୦, ଜଗତସିଂହପୁରରୁ ୬୩, ଯାଜପୁରରୁ ୮୩, ଝାରସୁଗୁଡାରୁ ୧୫୪, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୪୩, କେରାପୁଟରୁ ୬୫, ମାଲକାନାଗିରିରୁ ୩, ମୟୂରଭଞ୍ଜରୁ ୧୧୩, ନବରଙ୍ଗପୁରରୁ ୩୭, ନୟାଗଡରୁ ୩୪, ନୂଆପଡାରୁ ୩୨, ପୁରୀରୁ ୧୧୯, ରାୟଗଡାରୁ ୩୧, ସମ୍ବଲପୁରରୁ ୪୩୭, ସୋନପୁରରୁ ୪୬, ସୁନ୍ଦରଗଡରୁ ୬୬୨ଓ ରାଜ୍ୟପୁଲରୁ ୩୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭୦ହଜାର ୮୬୯କୁ ବୃଦ୍ଧି ପାଇଛି ।
Powered by Froala Editor