ପ୍ରତିଦିନ ଖାଆନ୍ତୁ ଏହି ୩ଟି ଜିନିଷ, କମିବ ପେଟର ଚର୍ବି
ଆଜିକାଲି ପୁରାତନ ପରମ୍ପରାରୁ ପଛଘୁଞ୍ଚା ଦେଇ ଆଧୁନିକ ଯୁଗ ଆପଣେଇଛି ଆଧୁନିକ ଓ ନୂତନ ପରମ୍ପରା । ସେହିପରି ଭାବରେ ପୁରାତନ ଘରୋଇ ଖାଦ୍ୟକୁ ଭୁଲି ଯୁବ ପିଢ଼ି ଆପଣେଇଛି ନୂତନ ପିଢ଼ିର ଖାଦ୍ୟ ତଥା ଅଧିକ ରୁଚିକର ଖାଦ୍ୟ । ଖରାପ ଲାଇଫଷ୍ଟାଇଲ ଏବଂ ଖାଦ୍ୟପେୟ ଯୋଗୁଁ ଆଜିକାଲି ଅଧିକାଂଶ ଯୁବପିଢ଼ିଙ୍କର ଅନେକ ସମସ୍ୟା ଦେଖାଯାଉଛି । ଏହା ମଧ୍ୟରେ ଆଜିର ପିଢ଼ିଙ୍କ ପାଇଁ ସବୁଠାରୁ ଚିନ୍ତାର କାରଣ ବା ସମସ୍ୟା ହେଉଛି ମୋଟାପଣ । ଏହି ମୋଟାପା ଯୋଗେ ମହିଳା,ପୁରୁଷ ଙ୍କ ଠାରୁ ନେଇ ଅଳ୍ପ ବୟସ୍କ ପିଲା ମାନଙ୍କଠାରେ ମଧ୍ୟ ଦେଖାଯାଇଛି ଏହି ସମସ୍ୟା । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ଖାଇବା ସହ ଜୀବନଚର୍ଯ୍ୟାରେ ପରିବର୍ତ୍ତନ, ଜିମ୍ ଯିବାଠାରୁ ନେଇକି ଡ଼ାକ୍ତରଙ୍କ ପାଖକୁ ମଧ୍ୟ ଯିବାକୁ ପଛଉନାହାନ୍ତି । ଓଜନ କମିବା ପାଇଁ ବିଶେଷ ଭାବେ ସାହାଯ୍ୟ କରିଥାଏ ଡ଼ାଇଟିଙ୍ଗ । ସୁସ୍ଥ ଭାବରେ ଓଜନ କମାଇବା ପାଇଁ ନିଜ ଡ଼ାଏଟରେ ପରିବର୍ତ୍ତନ କରିବା ଅତ୍ୟନ୍ତ ଆବଶ୍ୟକ । ଏଥିପାଇଁ ଆପଣଙ୍କୁ ଅଧିକ କ୍ୟାଲେରୀ ଯୁକ୍ତ ଓ ତେଲ ଜିନିଷ ସେବନ ବନ୍ଦ କରିବାକୁ ପଡ଼ିବ । ସୁସ୍ଥ ଡ଼ାଏଟକୁ ଆପଣାଇ ଆପଣ ଓଜନ ଏବଂ ପେଟର ଚର୍ବି କମ କରିପାରିବେ ।
କରୋନା ଯୋଗୁ ଚାଲିଥିବା ୱାର୍କ ଫ୍ରମ ହୋମ ଯୋଗୁ ମଧ୍ୟ ଲୋକଙ୍କ ଠାରେ ଏବେ ମୋଟାପଣ,ପେଟରେ ଚର୍ବି ଭଳି ସମସ୍ୟା ଦେଖାଦେଉଛି । ଏଣୁ ଏଥିରୁ ମୁକ୍ତି ପାଇବାକୁ ଲୋକମାନେ ଘଣ୍ଟାଘଣ୍ଟା ଧରି ଝାଳ ବୁହାଇବା ସହ କଷ୍ଟକର ଡ଼ାଏଟ ଆପଣାଉଛନ୍ତି । ତଥାପି ଓଜନ କମୁନାହିଁ । ଏପରି ତିନୋଟି ଜିନିଷ ରହିଛି, ଯାହାକୁ ଡ଼ାଏଟରେ ସାମିଲ କରିବା ଦ୍ୱାରା ତୁରନ୍ତ ଫାଇଦା ମିଳିଥାଏ ।
ପିନଟ୍ ବଟର:
ଥଣ୍ଡା ଦିନରେ ଓଜନ କମ୍ କରିବା ପାଇଁ ଆପଣ ପିନଟ୍ ବଟରକୁ ନିଜ ଡାଏଟରେ ସାମିଲ କରିପାରିବେ। ପିନଟ ବଟରରେ ପ୍ରୋଟିନ ଓ ଫାଇବରର ଭଲ ମାତ୍ରା ରହିଥାଏ। ଯାହାଦ୍ୱାରା ଓଜନ କମ୍ ହୋଇଥାଏ। ପିନଟ୍ ବଟର ସେବନ କଲେ ହାଡ଼ ମଜଭୁତ୍ ହୋଇଥାଏ।
ଗୋଲମରିଚ:
ଗୋଲମରିଚରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଥାଏ। ଯାହା ମେଟାବୋଲିଜିମ୍କୁ ବଢାଇଥାଏ। ଗୋଲମରିଚରେ ଆଇରନ, ପୋଟାସିୟମ, ମ୍ୟାଗନେସିୟମ, ମାଙ୍ଗାନିଜ, ଜିଂକ, କ୍ରୋମିୟମ, ଭିଟାମିନ-ଏ, ସି, ଏବଂ ଅନ୍ୟ ପୋଷକ ତତ୍ତ୍ବ ରହିଥାଏ। ଗୋଲମରିଚ ସେବନ କରିବା ଦ୍ୱାରା ଇମ୍ୟୁନିଟି ମଜବୁତ ହୁଏ ଏବଂ ଓଜନ କମ୍ ହୁଏ। ମୋଟାପଣରୁ ରକ୍ଷା ପାଇବା ପାଇଁ ଗୋଲମରିଚ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ।ଏଥିପାଇଁ ଗୋଟିଏ ପାତ୍ର ରେ ପାଚିଲା ଫଳ ସହ ଏକ ଚାମଚ ଗୋଲମରିଚ ପାଉଡ଼ର ମିଶାଇ ସେବନ କରନ୍ତୁ। ନିୟମିତ ଏହା ସେବନ କରିବା ଦ୍ବାରା ଆପଣଙ୍କର ଓଜନ କମ ହୋଇଥାଏ। ଏହାସହିତ ଆପଣ ସାଲାଡ଼,ଦହି, ଏବଂ ହର୍ବାଲ ଚା ସହିତ ମଧ୍ୟ ଏହାକୁ ମିଶାଇ ସେବନ କରିପାରିବେ।
ଗ୍ରୀନ ମଟର:
ଶୀତଦିନରେ ବଜାରରେ ଗ୍ରୀନ ମଟର ବେଶୀ ମିଳିଥାଏ। ଏହାକୁ ଆପଣ ଡାଏଟରେ ସାମିଲ କରିପାରିବେ। ଏହା ଓଜନ କମ୍ କରିବାରେ ସହାୟକ ହୋଇଥାଏ। ଗ୍ରୀନ ମଟରରେ ପ୍ରୋଟିନ, ଭିଟାମିନ ସି, ମ୍ୟାଗ୍ନେସିଅମ, ପୋଟାସିଅମ ଏବଂ ଆଇରନ ଭଳି ତତ୍ତ୍ୱ ରହିଥାଏ। ଯାହା ପେଟର ଚର୍ବି କମ୍ କରିଥାଏ।
Powered by Froala Editor