୫ କୋଟି ଟଙ୍କାର ବ୍ରାଉନସୁଗର ଜବତ
ଜଳେଶ୍ଵର : ନିଶା କାରବାର୍ର ହବ୍ ପାଲଟିଛି ଜଳେଶ୍ଵର। ଜଳେଶ୍ଵରରୁ ୫ କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ଏହା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ।
ସୂଚନାନୁଯାୟୀ, ଜଳେଶ୍ୱର ଅଞ୍ଚଳରେ ବ୍ରାଉନ୍ସୁଗର କାରବାର ବଢୁଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ପଶ୍ଚିମବଙ୍ଗରୁ ବ୍ରାଉନ୍ସୁଗର ଆଣୁଥିବା ବେଳେ ଡୁମ୍ଡୁମ୍ ନିକଟରେ ପୋଲିସ ୫ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି। ଏହା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତ ଜଳେଶ୍ଵର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ୫ କେ.ଜି ବ୍ରାଉନସୁଗର ସହ ଏକ ସ୍କର୍ପିଓ ଜବତ କରିଛି ପୋଲିସ।
Powered by Froala Editor