କୋରୋନା ସଂକ୍ରମିତ ସସ୍ମିତ ପାତ୍ର
ଭୁବନେଶ୍ବର: ଓଡିଶାରେ ପୁଣି ଦ୍ରୁତଗତିରେ ମାଡି ଚାଲିଛି କୋରୋନା ସଂକ୍ରମଣ । ପ୍ରତ୍ୟେକ ଦିନ କେହିନା କେହି ବରିଷ୍ଠ ରାଜନେତା ସଂକ୍ରମଣର ଶିକାର ହେଉଛନ୍ତି । ଏବେ କୋରୋନା ପଞ୍ଝାରେ ରାଜ୍ୟସଭା ସାଂସଦ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ଭଦ୍ରକର ବିଜେଡି ବିଧାୟକ ସଂଜୀବ ମଲ୍ଲିକ । ଉଭୟ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦ୍ବିତୀୟ ଥର ପାଇଁ କୋରୋନା ସଂକ୍ରମିତ ହୋଇଛନ୍ତି । ୨୦୨୦ରେ ସସ୍ମିତ ପାତ୍ର ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ପଜିଟିଭ ହେବା ପରେ ଉଭୟ ଟ୍ବିଟକରି କହିଛନ୍ତି, କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମେସ୍ତ କୋରୋନା ଟେଷ୍ଟ କରାନ୍ତୁ । ପ୍ରକାଶ ଥାଉ କି ଉଭୟେ କୋରୋନା ଟିକାର ଉଭୟ ଡୋଜ୍ ନେଇଥିଲେ ।
Powered by Froala Editor