ଖୋଲିବ ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର: ଆଜି ଠାରୁ ପୁଣି ଖୋଲିବ ମାର୍କେଟ ବିଲ୍ଡିଂ । ବିଏମସି ଅତିରିକ୍ତ କମିଶନରଙ୍କ ସହ ଆଲୋଚନା ପରେ ବନ୍ଦ ରହିଥିବା ମାର୍କେଟ ବିଲ୍ଡିଂ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଉଠା ଦୋକାନୀଙ୍କ ଉଚ୍ଛେଦ ନେଇ ପ୍ରତିଶ୍ରୁତି ପରେ ମାର୍କେଟ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ମଙ୍ଗଳବାର ଦିନ ଜଣେ ଉଠା ଦୋକାନୀ ଜଣେ ବ୍ୟବସାୟୀଙ୍କ ଗାଡ଼ି ଭାଙ୍ଗିବା ସହିତ ଗାଳିଗୁଲଜ କରିବାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରତିବାଦରେ ସ୍ଥାନୀୟ ବ୍ୟବସାୟୀ ମାନେ ଆନେ୍ଦାଳନକୁ ଓହ୍ଲାଇଥିଲେ । ଏଥିସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂକୁ ବ୍ୟବସାୟୀ ସଂଘ ବନ୍ଦ ଘୋଷଣା କରିଥିଲା ।
Powered by Froala Editor