ଶିକ୍ଷକଙ୍କୁ ମହଙ୍ଗା ପଡିଲା ଅନଲାଇନରେ ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ ଚାଟିଂ, ତାପରେ କ’ଣ ହେଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚନ୍ଦ୍ରଶେଖରପୁର: ଅନଲାଇନରେ ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ ଚାଟିଂ କରିବା ଜଣେ ଘରୋଇ ସ୍କୁଲର ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ବ୍ଲାକମେଲିଂ କରି ତରୁଣୀ ଜଣଙ୍କ ୩୦ ହଜାର ଟଙ୍କା ନେଇ ଯାଇଛନ୍ତି । ପୁଣି ଟଙ୍କା ମାଗିବାରୁ ଶେଷରେ ଶିକ୍ଷକ ଜଣକ କିଛି ଉପାୟ ନ ପାଇ ଭୁବନେଶ୍ୱର ଡିସିପି ଅଫିସ ଏବଂ ପରେ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏମିତି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରେ ପ୍ରକାଶ ମହନ୍ତ (ଛଦ୍ମନାମ) ଚାକିରି କରିଛନ୍ତି । କିଛି ମାସ ପୂର୍ବେ ଫେସବୁକ ଖୋଲୁଖୋଲୁ ଜଣେ ଯୁବତୀଙ୍କର ଫ୍ରେଣ୍ଡ ରିକୁ୍ୟଷ୍ଟ ଆସିଥିଲା । ଜଣେ ସୁନ୍ଦରୀ ତରୁଣୀଙ୍କର ଫଟୋ ଦେଖି ଶିକ୍ଷକ ଜଣକ ଫ୍ରେଣ୍ଡ ରିକୁ୍ୟଷ୍ଟ ଗ୍ରହଣ କଲା ପରେ ମ୍ୟାସେଜରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ପରେ ଉଭୟ ନମ୍ବର ଦିଆନିଆ ହୋଇଥିଲେ । ଯୁବତୀ ଜଣକ ପ୍ରଥମେ କିଛି ଅଶ୍ଳୀଳ ଫଟୋ ଉଠାଇ ଶିକ୍ଷକଙ୍କୁ ପ୍ରଲୋଭିତ କରିଥିଲେ । ଘରେ କେହି ନଥିବାର ସୁଯୋଗ ଦେଖି ଶିକ୍ଷକ ଜଣଙ୍କ ତାଙ୍କ ସହ ଅଶ୍ଳୀଳ ଚାଟିଂ କରିଥିଲେ । ଯୁବତୀ ଜଣକ ତାଙ୍କର କିଛି ନଗ୍ନ ଭିଡିଓ ପଠାଇ ଥିଲେ । ଶିକ୍ଷକ ମଧ୍ୟ ନିଜର ସ୍କିନ ରେକର୍ଡିଂ କରି ନେଇଥିଲେ । ପରେ ଉକ୍ତ ଭିଡିଓ ଦେଖାଇ ଶିକ୍ଷକଙ୍କୁ ବ୍ଲାକ ମେଲିଂ କରିଥିଲେ । ପ୍ରଥମେ ୧୦ ହଜାର ଏବଂ ପରେ ଆଉ ଦୁଇଟି କିସ୍ତିରେ ମୋଟ ୩୦ ହଜାର ଟଙ୍କା ନେଇ ଯାଇଥିଲେ । ପୁଣି କିଛି ଦିନ ହେବ ଯୁବତୀ ଜଣଙ୍କ ବ୍ଲାକ ମେଲିଂ କରି ଟଙ୍କା ମାଗିବାରୁ ଉପାୟ ଶୂନ୍ୟ ହୋଇ ଶିକ୍ଷକ ଜଣକ ଅଭିଯୋଗ କରିଛନ୍ତି ।
Powered by Froala Editor