କରୋନା କବଜାରେ ସୋନୁ ନିଗମଙ୍କ ପରିବାର
ମୁମ୍ବାଇ: ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନାର ମିଟର । ଏହିପରି ଭାବରେ କେନ୍ଦ୍ରସରକାରଙ୍କ କ୍ଷେତ୍ରରୁ ଦେଖିବାକୁ ମିଳିଛି ବିଭିନ୍ନ ପ୍ରକାରର ସଚେତନତା । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ଭୟାବହତା ମଧ୍ୟ ଉପର ମୁହାଁ ହୋଇ ବଢ଼ିବାରେ ଲାଗିଛି । ଯେତେ ସଚେତନତା ଓ ସୁରକ୍ଷା ପରେ ମଧ୍ୟ ମୁକୁଳିପାରି ନାହିଁ ବଲିଉଡ଼, ଏହି କରୋନା ରୁ ବାଦ ପଡ଼ୁନାହାନ୍ତି ସେଲିବ୍ରିଟି । ଏବେ କରୋନା ଜାଲରେ କଣ୍ଠଶିଳ୍ପୀ ସୋନୁ ନିଗମ ଓ ତାଙ୍କ ପରିବାର । ଏହା ସୋନୁ ନିଗମ ଓ ତାଙ୍କ ପରିବାର ଦୁବାଇରେ ଥାଇ ଟେଷ୍ଟିଙ୍ଗରୁ ଜାଣିବା ପରେ ଇନଷ୍ଟାରେ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି ।
ଏବେ ଦୁବାଇରେ ଅଛନ୍ତି ସୋନୁ ନିଗମ ଓ ତାଙ୍କ ପରିବାର । ହେଲେ ସେଠାରେ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ଟେଷ୍ଟିଙ୍ଗ କରାଇଥିଲେ । ନିଜ ସହ ନିଜ ପତ୍ନୀ ଓ ପୁଅର କରୋନା ଟେଷ୍ଟିଙ୍ଗ ମଧ୍ୟ କରାଇଥିଲେ । ପତ୍ନୀ ମଧୁରିମା ଓ ପୁଅ ନେବାନଙ୍କ ସମେତ ନିଜେ କରୋନା ପଜିଟିଭ ଥିବା ଟେଷ୍ଟିଂରୁ ଜଣାପଡ଼ିଛି ।
କିଛି ରିଆଲିଟି ସୋ’ରେ ତାଙ୍କୁ ମୁଖ୍ୟ ବିଚାରକ ଭାବେ ନିମନ୍ତ୍ରଣ କରାଯାଇଥିଲେ ବି ସେ କରୋନା ଯୋଗୁଁ ଯୋଗ ଦେଇପାରୁନାହାଁନ୍ତି । ତାଙ୍କ ଅନୁପସ୍ଥିତି ପାଇଁ ଆୟୋଜକ ବିଭିନ୍ନ ଆର୍ଥôକ କ୍ଷତି ସହିବା କଥା ମଧ୍ୟ ସୋନୁ ପ୍ରକାଶ କରିରଛନ୍ତି । ଯଦିଓ ସେ ଓ ତାଙ୍କ ପରିବାର କରୋନା ଆକ୍ରାନ୍ତ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଠିକ ଅଛି ବୋଲି ସୋନୁ ମତ ଦେଇ ନିଜ ଫ୍ୟାନ୍ସଙ୍କ ନିକଟରେ ଜଣାଇଛନ୍ତି ।
Powered by Froala Editor