ରେମଡେସିଭିର ରାମବାଣ ନୁହେଁ: ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନାକୁ ମାତ ଦେବା ପାଇଁ ରେମଡେସିଭିର ରାମବାଣ ନୁହେଁ । ଏହା କେବଳ ଗୁରୁତର ରୋଗୀଙ୍କୁ ଦିଆଯାଏ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
କରୋନା ସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ, ଆଇଆଇଟି କାନପୁରର ଷ୍ଟଡି ଅନୁସାରେ ମେ ଦ୍ୱିତୀୟ ସପ୍ତାହରେ କରୋନା ପିକକୁ ଆସିବ । ଆମ ରାଜ୍ୟରେ ଟେଷ୍ଟିଂ କମିନି । ଟାର୍ଗେଟେଡ ସାମ୍ପଲିଂ କରାଉଛୁ । ଏବେ ଟେଷ୍ଟିଂର ଡିମାଣ୍ଡ ଅଛି । ଲୋକେ ସ୍ୱଇଚ୍ଛାରେ ଟେଷ୍ଟିଂ କରାଉଛନ୍ତି । ରେମଡେସିଭିର ରାମବାଣ ନୁହେଁ । ଏହା କେବଳ ଗୁରୁତର ରୋଗୀଙ୍କୁ ଦିଆଯାଏ । କିଛି ଲୋକ ମେଡିସିନ କିଣି ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ସରକାରୀସ୍ତରରେ ଆବଶ୍ୟକ ଔଷଧ ମହଜୁଦ ଅଛି । ବେଡର ଅଭାବ ନାହିଁ । ୪ଟି ଲେଖାଏଁ ଜିଲ୍ଲାକୁ ନେଇ କ୍ଲଷ୍ଟର କରାଯାଇଛି । ବେଡ ଯୋଗାଇ ଦିଆଯିବ । ଅତି ଆବଶ୍ୟକ ନଥିଲେ ହସ୍ପିଟାଲକୁ ଆସି ଭିଡ଼ କରନ୍ତୁ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଦାସ କହିଥିଲେ ଯେ, ଏପ୍ରିଏ ୨୧ରୁ ୩୦ ଯାଏ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି । ଦୈନିକ କିଛି କିଛି ରେମଡେସିଭିର ଭାଏଲ ମିଳୁଛି । ଗତକାଲି ୯୧୨ ଭାଏଲ ମିଳିଛି । ଆମେ ଯାହା ପାଉଛୁ ଘରୋଇ ହସ୍ପିଟାଲକୁ ଦେଉଛୁ । ଘରୋଇ ମେଡିସିନ ଦୋକାନୀ ରେମଡେସିଭିର ରଖିପାରିବେ ନାହିଁ । ତେବେ ଫାବି ଫ୍ଲୁ ଅଭାବ ନାହିଁ । ଫାବି ଫ୍ଲୁ ରାଜ୍ୟରେ ଚିହ୍ନଟ ଘରୋଇ ମେଡିସିନ ଦୋକାନରେ ମିଳିପାରିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଦାସ କହିଥିଲେ ।
Powered by Froala Editor