ପୌର ନିର୍ବାଚନ: ତିନି ମହାନଗର ନିଗମ ପାଇଁ ଆସିଲା ଚିଠା ସଂରକ୍ଷଣ ତାଲିକା
ଭୁବନେଶ୍ୱର : ବୁଧବାର ଦିନ ରାଜ୍ୟର ତିନି ମହାନଗର ନିଗମ ବିଏମସି, ସିଏମସି ଓ ବିଇଏମସିର କମିସନର ସେମାନଙ୍କ ମହାନଗର ନିଗମର ଚିଠା ଆସନ ସଂରକ୍ଷଣ ତାଲିକା ଏବଂ ସୀମା ପୁନଃନିର୍ଦ୍ଧାରଣ ତାଲିକା ନଗର ଉନ୍ନୟନ ବିଭାଗକୁ ଦେଇଛନ୍ତି ।
ପୌର ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ରହିବନି ବୋଲି ରାଜ୍ୟ ସରକାର ଡିସେମ୍ବର ୩୦ରେ ଏକ ଅଧ୍ୟାଦେଶ ଆଣି ଓଡ଼ିଶା ମୁ୍ୟନିସପାଲଟି ଆକ୍ଟ, ୧୯୫୦ରେ ସଂଶୋଧନ କରିଥିଲେ । ଏ ସଂକ୍ରାନ୍ତୀୟ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମହାନଗର ନିଗମ କର୍ତ୍ତୃପକ୍ଷ ସେମାନଙ୍କ ଅଞ୍ଚଳର ସଂଶୋଧିତ ଆସନ ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣର ଚିଠା ତାଲିକା ନଗର ଉନ୍ନୟନ ବିଭାଗକୁ ପଠାଇଛନ୍ତି । ଜାନୁଆରି ୭ରେ ବିଭାଗ ପକ୍ଷରୁ ଏହା ଉପରେ ପ୍ରସ୍ତାବ ଓ ଅଭିଯୋଗ ମଗାଯିବ । ଜାନୁଆରି ୧୬ ସୁଦ୍ଧା ଲୋକମାନେ ସେମାନଙ୍କ ଅଭିଯୋଗ ଦାଖଲ କରିବେ ବୋଲି କୁହାଯାଇଛି ।
Powered by Froala Editor