ଆଜି ରାଜ୍ୟରେ ୧୮୯୭କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ ଉପରମୁହାଁ ହେବାରେ ଲାଗିଲାଣି। ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୧୬ରହିଥିବାବେଳେ ଆଜି ରାଜ୍ୟରେ ୧୮୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮୯୭କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱରେଣ୍ଟାଇନ୍ ସେଣ୍ଟରରୁ ୧୧୦୬ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୭୯୧ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୨୫୮ଜଣ ଛୁଆ ରହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଆଜି ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୬୯ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, ବାଲେଶ୍ବର ଜିଲ୍ଲାରୁ ୧୦୦ ଜଣ, ବରଗଡ଼ରୁ ୧୬ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରୁ ୬ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୧୪୮ ଜଣ, ଦେବଗଡ଼ରୁ ୧୬ ଜଣ, ଢେଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ୩୪ ଜଣ, ଗଜପତିରୁ ୨ ଜଣ, ଜଗତସିଂହପୁରରୁ ୧୯ ଜଣ, ଯାଜପୁରରୁ ୩୦ ଜଣ, ଝାରସୁଗୁଡ଼ାରୁ ୬୬ ଜଣ, କଳାହାଣ୍ଡିରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୩୧ ଜଣ, କୋରାପୁଟରୁ ୧୫ ଜଣ, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୪୦ ଜଣ, ନବରଙ୍ଗପୁରରୁ ୨୫ ଜଣ, ନୟାଗଡ଼ରୁ ୧୪ ଜଣ, ନୂଆପଡ଼ାରୁ ୧୨ ଜଣ, ପୁରୀରୁ ୫୪ ଜଣ, ରାୟଗଡ଼ାରୁ ୭ ଜଣ, ସମ୍ୱଲପୁରରୁ ୧୨୫ ଜଣ, ସୋନପୁରରୁ ୧୩ ଜଣ, ସୁନ୍ଦରଗଡ଼ରୁ ୨୬୨ ଜଣ ଓ ଷ୍ଟେଟ ପୁଲରୁ ୧୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୯ହଜାର ୭୭୩କୁ ବୃଦ୍ଧି ପାଇଛି ।
Powered by Froala Editor