ଘରେ ପ୍ରସ୍ତୁତ କରନ୍ତୁ ଗ୍ରୀନ-ଟି ହେୟାର ମାସ୍କ
ପୁରାତନ ଯୁଗରେ ଖାଦ୍ୟପେୟ ଓ ସ୍କିନର ଏତେ ସମସ୍ୟା ନଥିଲା କାରଣ ପୂର୍ବେ ଏତେ ପ୍ରକାରର କେମିକାଲ ଯୁକ୍ତ ପ୍ରଡ଼କ୍ଟ ବ୍ୟବହାର କରୁନଥିଲେ ଲୋକେ, ଏବଂ ପରିବେଶ ମଧ୍ୟ ସ୍ୱାସ୍ଥ୍ୟକର ହେବା ସହିତ ଖାଦ୍ୟରେ ମଧ୍ୟ ସୁଦ୍ଧତା ପରିଲକ୍ଷିତ ହେଉଥିଲା । କିନ୍ତୁ ଏବେ ପରିସ୍ଥିତି ସଂମ୍ପୂର୍ଣ୍ଣ ଓଲଟା ଅସ୍ୱାସ୍ଥ୍ୟ କର ପରିବେଶ ସହିତ ତେଲମସଲା ଯୁକ୍ତ ଖାଦ୍ୟ ଓ କେମିକାଲ ଯୁକ୍ତ ପ୍ରଡ଼କ୍ଟ ବ୍ୟବହାର ପାଇଁ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି । ମହିଳାଙ୍କ ଠାରୁ ନେଇକି ପୁରୁଷ ଓ କମ ବୟସ୍କ ପିଲା ମାନଙ୍କ ମଧ୍ୟରେ ଏହି ସମସ୍ୟା ଉପୁଜୁଛି । ଏହି ପ୍ରକାରର ସମସ୍ୟା ଭିତରୁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଯାହା ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ତାହା ହେଉଛି କେଶ ସମସ୍ୟା ।
ପୁରୁଷ ହୁଅନ୍ତୁ କି ମହିଳା ଏବେ ସମସ୍ତଙ୍କ ପାଇଁ କେଶର ଜତ୍ନ ନେବା ବହୁ ଗୁରୁତର ବିଷୟ ହୋଇଯାଇଛି । କେଶ ଝଡିବା, କେଶ ପାଚିବା, ଦୋମୁହାଁ କେଶ ଏମିତି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଖାସକରି ଏହାକୁ ନେଇ ଚିନ୍ତାରେ ଯୁବପିଢୀ । ତେବେ କେଶକୁ ଘନ ଏବଂ ସୁନ୍ଦର କରିବା ପାଇଁ ଆସନ୍ତୁ ଜାଣିବା ଗ୍ରୀନ-ଟି ହେୟାର ମାସ୍କ ବିଷୟରେ ।
-ଗ୍ରୀନ-ଟିରେ ଅଣ୍ଡାର ଧଳା ଅଂଶ ଏବଂ ମେଥି ପାଉଡର ପକାଇ ମିକ୍ସ କରି ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ତାକୁ ନେଇ କେଶରେ ଲଗାଇ ୩୦ ମିନିଟ ଯାଏ ରଖିବେ । ଏହାପରେ କେଶକୁ ଶାମ୍ପୁ କରି ଧୋଇବେ । ଏହା କେଶକୁ ସୁନ୍ଦର ଏବଂ ମଜବୁତ୍ କରେ ।
ଗ୍ରୀନ୍-ଟିରେ ଲେମ୍ବୁ ରସ ଏବଂ ନଡିଆ ତେଲ ପକାଇ କେଶରେ ଲଗାଇ ୧୫ ରୁ ୨୦ ମିନିଟ ପରେ କେଶକୁ ଧୋଇ ସଫା କରିବେ । ଏହା ଦ୍ବାରା ରୂପି ସମସ୍ୟା କମ୍ ହୋଇଥାଏ ।
-ଗ୍ରୀନ-ଟିରେ ପିଆଜ ରସ, ଅଲିଭ୍ ଅଏଲ ମିଶାଇ ଏକ ହେୟାର ମାସ୍କ ପ୍ରସ୍ତୁତ କରିବେ । ତାପରେ ଏହାକୁ କେଶ ମୂଳରେ ଲଗାଇ ଶୁଖିବା ଯାଏ ଛାଡିବେ । ଏହାପରେ ଶାମ୍ପୁ କରି କେଶକୁ ଧୋଇବେ । ଏହା କରିବା ଦ୍ବାରା, କେଶ ଦୋମୁହାଁ ହେବା ସମସ୍ୟା କମ୍ ହୋଇଥାଏ ।
-ଗ୍ରୀନ୍-ଟିରେ ମହୁ ମିଶାଇ ମଧ୍ୟ ହେୟାର ମାସ୍କ ପ୍ରସ୍ତୁତ କରି ପାରିବେ । ଏହା କେଶକୁ ରୁକ୍ଷ ହେବାକୁ ଦେଇ ନଥାଏ ।
Powered by Froala Editor