ପଞ୍ଚାୟତ ଭୋଟ ପ୍ରସ୍ତୁତି ନେଇ ୧୦ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ବୈଠକ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ଆସିବ । ଆସନ୍ତା ୭ ତାରିଖରେ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ଯେ କୌଣସି ଦିନ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ଭୋଟ ପାଇଁ ତାରିଖ ଘୋଷଣା କରିବେ । ଏଭଳି ସ୍ଥିତିରେ ପଞ୍ଚାୟତ ଭୋଟ ପ୍ରସ୍ତୁତି ନେଇ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସମସ୍ତ ଦଳର ପ୍ରତିନିଧି ଏଥିରେ ଯୋଗ ଦେବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଚିଠି ଲେଖିଛନ୍ତି । କୋଭିଡ ଗାଇଡଲାଇନକୁ ନଜରରେ ରଖି ବୈଠକ କଟକଣାରେ ପାଳନ କରାଯିବ ।
ପ୍ରତ୍ୟେକ ରାଜନୈତିକ ନିଜ ଦଳର କେବଳ ଜଣେ ମାତ୍ର ପ୍ରତିନିଧିଙ୍କୁ ପଠାଇବା ଲାଗି ଅନୁରୋଧ କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ସଚିବ ଶ୍ରୀ ସାହୁ ଲେଖିଥିବା ଚିଠିରେ ଦର୍ଶାଯାଇଛି, ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲ୍ଲା ପରିଷଦ ଗୁଡ଼ିକର କାର୍ଯ୍ୟକାଳ ସଚିବ ନିୟମାନୁସାରେ ୫ ବର୍ଷ ଶେଷ ହେବା ପୂର୍ବରୁ ନିର୍ବାଚନ ସରିବା ଆବଶ୍ୟକ ।
Powered by Froala Editor