ଓଡିଶାକୁ ସାମୁଦ୍ରିକ ବାୟୁ ପ୍ରବାହ ସକ୍ରିୟ

ଭୁବନେଶ୍ୱର: ଆଜିଠୁ ଓଡିଶାକୁ ସାମୁଦ୍ରିକ ବାୟୁ ପ୍ରବାହ ଅଧିକ ସକ୍ରିୟ ହେବା ସମ୍ଭାବନା ହେଉଛି । ପ୍ରଭାବରେ ଉପକୂଳରେ ୨ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ହ୍ରାସ ପାଇପାରେ ବୋଲି କୁହାଯାଉଛି । ସାମୁଦ୍ରିକ ବାୟୁ ସ୍ଥଳଭାଗରେ ଅଧିକ ତାପମାତ୍ରା ଯୁକ୍ତ ବାୟୁ ସଂସ୍ପର୍ଶରେ ଆସିବ । ଏହା କାଳବୈଶାଖୀ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାର ଆଶଙ୍କା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ସୂତ୍ରରୁ ଏହି ସୂଚନା ମିଳିଛି ।
Powered by Froala Editor