ଆଜି ବନାନ୍ତୁ ଚିକେନ ଭୁନା ମସଲା
ଆବଶ୍ୟକ ସାମଗ୍ରୀ: ଚିକେନ,ଲୁଣ,ରିଫାଇନ ତେଲ,ଲଙ୍କାଗୁଣ୍ଡ,ହଳଦୀ,ଦହି କିମ୍ବା ଲେମ୍ବୁ,ପିଆଜ,ଅଦା,ରସୁଣ,ଗୋଟା ଧନିଆ,କଳାମରିଚ,ଗୋଲମରିଚ,ଅଳେଇଚ,ସାହିଜିରା,ବଡ଼ ଅଳେଇଚ,ଲବଙ୍ଗ,ଧନିଆପତ୍ର ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିକେନକୁ ଧୋଇ ସେଥିରେ ଲୁଣ,ରିଫାଇନ୍ ତେଲ,ଲଙ୍କାଗୁଣ୍ଡ,ଧନିଆ,ହଳଦୀ,ଦହି କିମ୍ବା ଲେମ୍ବୁ ,ଅଦା ରସୁଣ ପେଷ୍ଟ ପକାଇ ମ୍ୟାରିନେଟ କରି ଦିଅନ୍ତୁ । ସେଥିରେ କିଛି ପିଆଜକୁ ସ୍ଲାଇସ କରି କାଟି ପକାଇ ପ୍ରାୟ ୧ ଘଣ୍ଟା ଛାଡ଼ି ଦିଅନ୍ତୁ । ଏହାପରେ ଏକ ପ୍ୟାନରେ ଗୋଟା ଧନିଆ,ଗୋଲମରିଚ,ଅଳେଇଚ,ସାହିଜିରା,ବଡ଼ ଅଳେଇଚ,ଲବଙ୍ଗ ଓ ଲୁଣ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ । ଥଣ୍ଡା ହେବା ପରେ ଏହାକୁ ଗ୍ରାଇଣ୍ଡଂ କରି ଦିଅନ୍ତୁ ।
ଏହାପରେ ଗ୍ୟାସରେ ପ୍ୟାନ ବସାଇ ସେଥିରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ଚିକେନ ପକାଇ ଫ୍ରାଏ କରନ୍ତୁ । ଉଭୟ ପଟ ଗୋଲଡେ଼ନ ହେବା ଯାଏ ଫ୍ରାଏ କରନ୍ତୁ ।
ଏହାପରେ ଆଉ ଏକ ପ୍ୟାନରେ ତେଲ ପକାନ୍ତୁ । ସେଥିରେ ତେଜପତ୍ର,ଗୋଲମରିଚ ପକାଇ ପିଆଜକୁ ଗୋଲଡେ଼ନ ଫ୍ରାଏ କରନ୍ତୁ । ଏହାପରେ ସେଥିରେ କିଛି ପାଣି ପକାନ୍ତୁ । ପାଣି ଫୁଟିଲେ ସେଥିରେ ଚିକେନ ଫ୍ରାଏ କରନ୍ତୁ । ଏହାକୁ ଘୋଡ଼ାଇ ୧୦ ମିନିଟ୍ ଛାଡ଼ି ଦିଅନ୍ତୁ । ଏହା ଫୁଟି ଅଧା ହୋଇଗଲା ପରେ ଏଥିରେ ଦହି ପକାନ୍ତୁ । ଏହାପରେ ଗ୍ରାଇଣ୍ଡିଂ ହୋଇଥିବା ଡ଼୍ରାଏ ମସଲାକୁ ପକାଇ ଦିଅନ୍ତୁ । ଏହାପରେ ସେଥିରେ ଧନିଆ ପତ୍ର ପକାଇ ଗରମାଗରମ ସର୍ଭେ କରନ୍ତୁ,ଏଥିସହ ନିଜେ ଖାଆନ୍ତୁ ଓ ଅନ୍ୟକୁ ଖୁଆନ୍ତୁ ।
Powered by Froala Editor