ଦେଶରେ ଦିନକେ ୩.୨୩ ଲକ୍ଷ ସଂକ୍ରମଣ, ୨୭୭୧ ମୃତୁ୍ୟ
ନୂଆଦିଲ୍ଲୀ : ଲଗାତର ୬ଷ୍ଠ ଦିନ ପାଇଁ ଦୈନିକ କରୋନା ସଂକ୍ରମଣ ୩ ଲକ୍ଷ ଟପିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୨୩ ହଜାର ୧୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୭୭୧ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭ରେ ପହଁଚିଥିବାବେଳେ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ପାଖାପାଖି ପହଁଚିଛି । ସମ୍ପ୍ରତି ଦେଶରେ ୨୯ ଲକ୍ଷ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
ମହାରାଷ୍ଟ୍ରରେ ସର୍ବାଧିକ ୪୮୭୦୦ ଜଣ ଚିହ୍ନଟ ହୋଇଥିବାବେଳେ ୫୨୪ ଜଣଙ୍କର ମୃତୁ୍ୟ ହୋଇଛି । ସେହିପରି ଦିଲ୍ଲୀରେ ୨୦୨୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୮୦ ଜଣଙ୍କର ମୃତୁ୍ୟ ଘଟିଛି । ଦେଶର ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର (୪୩୪୩୭୨୭), କେରଳ (୧୪୦୫୬୫୫), କର୍ଣ୍ଣାଟକ (୧୩୩୯୨୦୧), ଉତରପ୍ରଦେଶ (୧୦୮୬୬୨୫), ତାମିଲନାଡୁ (୧୦୮୧୯୮୮) ଓ ଦିଲ୍ଲୀ (୧୦୪୭୯୧୬) ।
ବିଶ୍ୱରେ ଏଯାବତ ୧୪ କୋଟି ୮୪ ଲକ୍ଷ ୬୬ ହଜାର ୨୬୧ ଜଣ କରୋନାରେ ସଂକ୍ରମିତ ହୋଇସାରିଥିବାବେଳେ ୩୧ ଲକ୍ଷ ୩୩ ହଜାର ୨୧୫ ଜଣଙ୍କର ମୃତୁ୍ୟ ହୋଇଛି । ଆମେରିକାରେ ସର୍ବାଧିକ ୩ କୋଟି ୨୮ ଲକ୍ଷ ୭୨ ହଜାର ୩୮୮ ସଂକ୍ରମିତ ହୋଇଥିବାବେଳେ ଏହାପଛକୁ ଭାରତ, ବ୍ରାଜିଲ, ଫ୍ରାନ୍ସ ଓ ଋଷିଆ ଅଛନ୍ତି ।
Powered by Froala Editor