ରାଜ୍ୟରେ ଆଉ ୬୦୭୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୦୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୩୫୨୨ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୫୫୧ ଜଣ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨୩୯, ବାଲେଶ୍ୱରରେ ୭୮, ବରଗଡ଼ରେ ୨୮୬, ଭଦ୍ରକରେ ୬୫, ବଲାଙ୍ଗୀରରେ ୪୫୭, ବୌଦ୍ଧରେ ୬୪, କଟକରେ ୧୯୮, ଦେବଗଡ଼ରେ ୩୬, ଢେ଼ଙ୍କାନାଳରେ ୧୨, ଗଜପତିରେ ୭୯, ଗଞ୍ଜାମରେ ୨୦୯, ଜଗତସିଂହପୁରରେ ୬୨, ଯାଜପୁରରେ ୧୦୭, ଝାରସୁଗୁଡ଼ାରେ ୩୫୯, କଳାହାଣ୍ଡିରେ ୨୭୭, କନ୍ଧମାଳରେ ୩୪, କେନ୍ଦ୍ରାପଡ଼ାରେ ୬୪, କେନ୍ଦୁଝରରେ ୨୬୬, ଖୋର୍ଦ୍ଧାରେ ୧୦୯୨, କୋରାପୁଟରେ ୭୬, ମାଲକାନାଗିରିରେ ୨୯, ମୟୂରଭଞ୍ଜରେ ୧୪୯, ନବରଙ୍ଗପୁରରେ ୨୦୬, ନୟାଗଡ଼ରେ ୧୧୦, ନୂଆପଡ଼ାରେ ୪୦୦, ପୁରୀରେ ୨୨୬, ରାୟଗଡ଼ାରେ ୭୭, ସମ୍ବଲପୁରରେ ୧୫୮, ସୋନପୁରରେ ୭୪, ସୁନ୍ଦରଗଡ଼ରେ ୩୭୧ ଓ ରାଜ୍ୟ ପୁଲରେ ୨୧୩ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor