ମେ’ ୧୫ ଯାଏ ବଦଳିଲା ବ୍ୟାଙ୍କିଂ ସମୟ: ଦିନ ୧୦ଟାରୁ ୨ଟା ଗ୍ରାହକଙ୍କ ପାଇଁ ଖୋଲିବ
ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ୍ ସମୟରେ ପରିବର୍ତ୍ତନ କରାଯାଇଛି। ଏବେ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ୪ ଘଣ୍ଟା ଖୋଲ ରହିବ। ଏଣିକି ରାଜ୍ୟରେ ଗ୍ରାହକଙ୍କ ପାଇଁ ସକାଳ ୧୦ ଟା ରୁ ଅପରାହ୍ନ ୨ ଟା ଯାଏଁ ବ୍ୟାଙ୍କ ଚାଲିବ। ୨ ଟା ରୁ ୪ ଟା ଯାଏଁ ବ୍ୟାଙ୍କର ଅଫିସିଆଲ କାର୍ଯ୍ୟ ଚାଲିବ। ଆସନ୍ତା ମେ ୧୫ ତାରିଖ ଯାଏ ଏହି ନୂଆ ସମୟ ଲାଗୁ ରହିବ। ରାଜ୍ୟ ଅର୍ଥ ବିଭାଗ ଏନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରୋଟେସନ ଆଧାରାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାମ ଚାଲିବ ବୋଲି ଅର୍ଥ ବିଭାଗ କହିଛି। ଏହାସହିତ ସବୁ ଜିଲ୍ଲାର ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor