Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ...

  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, ...

  • ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ...

  • ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

  • ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି ...

  • ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ବାଇକ୍ ଦିଦି ...

  • ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ...

  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ...

  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ...

Home ›› ››ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

2021-12-28 11:37:58
14865
Share:
Facebook
Twitter
E-Mail
WhatsApp
Telegram
ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଆଜି ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି । 

 

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ବରର ଗରିମା ଆହୁରି ବୃଦ୍ଧି ପାଇବ । ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ପୁରୀର ଜନସାଧାରଣ ସଂପୁର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି । ବର୍ତ୍ତମାନ ପୁରୁଣା ଭୁବନେଶ୍ବରର ଜନସାଧାରଣ ମଧ୍ୟ ଏହି ସୁବିଧା ପାଇବେ ।

 

ବିକାଶ ଓ କଲ୍ୟାଣ ସରକାରଙ୍କର ମୁଖ୍ୟ ପରିଚୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହା ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ବୋଲି ସେ କହିଥିଲେ ।

 

ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।  ଓଡିଶାର ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ଓ ଯୋଜନା କରାଯାଇଛି, ତାକୁ ଆନ୍ତର୍ଜାତିକ ସ୍ତରର ସ୍ବୀକୃତି ମିଳିଛି ବୋଲି ସେମାନେ କହିଥିଲେ ।

 

ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକ ହେଉଛି – ଏକାମ୍ର ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳଯୋଗାଣ (Drink From Tap), ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଓ ଜଗନ୍ନାଥ ବିହାର ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ, କପିଳେଶ୍ବରରେ ଗଙ୍ଗୁଆ ବାମପାର୍ଶ୍ବ କେନାଲ ବନ୍ଧରେ ଦୁଇ ଲେନ୍‌ ବିଶିଷ୍ଟ ରାସ୍ତା, କେଦାରଗୌରୀ ମନ୍ଦିରରୁ ଅପରିସ୍କୃତ ଜଳ ନିଷ୍କାସନ ପାଇଁ ଭୁବନେଶ୍ବର-ପୁରୀ ରୋଡ୍‌ରେ ବକ୍‌ସ କଲ୍‌ଭଟ, ଲିଙ୍ଗିପୁର ଇନ୍ଦିରା କଲୋନୀରେ ପାଇପ ପାଣି ବ୍ୟବସ୍ଥା, ଲିଙ୍ଗରାଜ ଓ ଗୋଖିବାବା ଅଞ୍ଚଳର କୁଷ୍ଠ କଲୋନୀର ବାସିନ୍ଦା ମାନଙ୍କର ଥଇଥାନ, ସମ୍‌ ହସ୍‌ପିଟାଲ ରାସ୍ତାର ଆଲୋକୀକରଣ , ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ, ଦୟା ପଶ୍ଚିମ କେନାଲ ଉପରେ ସେତୁ ନିର୍ମାଣ, ଦୟା ଦକ୍ଷିଣ ବନ୍ଧ ଉପରେ ରାସ୍ତା ନିର୍ମାଣ, କୂଆଖାଇ ଦକ୍ଷିଣବନ୍ଧର ପୁନରୁଦ୍ଧାର, ଦୟା ନଦୀ ଦକ୍ଷିଣ ବନ୍ଧର ସୁଦୃଢୀକରଣ ଓ ଉନ୍ନତିକରଣ ।

 

ଏହି କାର୍ଯ୍ୟକ୍ରମରେ ବି.ଏମ.ସି କମିଶନର ଶ୍ରୀ ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍
    ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15606
    Feb 24, 2026
  • ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ବାଇକ୍ ଦିଦି ଯୋଜନା, ରହିଛି ଏହିସବୁ ସୁବିଧା
    ଦେଶ-ଦେଶାନ୍ତର

    ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ବାଇକ୍ ଦିଦି ଯୋଜନା, ରହିଛି ଏହିସବୁ ସୁବିଧା

    14806
    Feb 25, 2026
  • ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି ରଖିଲେ ସାଂସଦ
    ଦେଶ-ଦେଶାନ୍ତର

    ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି ରଖିଲେ ସାଂସଦ

    14666
    Feb 25, 2026
  • ଉଦୟପୁରରେ ପହଞ୍ଚିଲେ ‘ବିରୋଶ’
    ମନୋରଞ୍ଜନ

    ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

    14895
    Feb 25, 2026
  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ
    ଦେଶ-ଦେଶାନ୍ତର

    ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ

    14822
    Feb 25, 2026
  • ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା
    ଦେଶ-ଦେଶାନ୍ତର

    ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା

    14015
    Feb 25, 2026
  • ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

    14651
    Feb 24, 2026
  • ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ
    ମନୋରଞ୍ଜନ

    ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ

    14288
    Feb 25, 2026
  • ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ଆସିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ
    ଦେଶ-ଦେଶାନ୍ତର

    ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ଆସିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ

    15000
    Feb 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ

    14288
    Feb 25, 2026
  • ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15606
    Feb 24, 2026
  • ମନୋରଞ୍ଜନ

    ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

    14895
    Feb 25, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17352
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17421
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17765
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16240
    Apr 03, 2021

ବିଶେଷ

  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14859
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15721
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    16131
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14530
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15299
    Feb 18, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15116
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14968
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14480
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16091
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ଆସିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ

    15000
    Feb 25, 2026
  • ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା

    14015
    Feb 25, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14859
    Feb 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In