ଚାପରୁ ମୁକ୍ତି ପାଇବାର ସରଳ ଉପାୟ
ଆମେ ଚାପର ବଶବର୍ତ୍ତୀ ହେବା କିଛି ନୂଆ କଥା ନୁହେଁ। ପୁଣି କେତେକ ଚାପରୁ କିପରି ମୁକ୍ତି ପାଇବେ ସେ ବିଷୟ ଚିନ୍ତା କରି ନ ଥାନ୍ତି। ଫଳରେ ଚାପର ପରିସର ଆହୁରି ବଢ଼ିଯାଇଥାଏ। ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ କେତୋଟି ସରଳ ତଥା ସହଜ ଉପାୟ ରହିଛି। ପ୍ରଥମତଃ ଏହି ସମୟରେ ମନକୁ ଯେତେସମ୍ଭବ ଶାନ୍ତ ରଖନ୍ତୁ। ଏ ନେଇ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। କ’ଣ ପାଇଁ ଚାପର ବଶବର୍ତ୍ତୀ ହୋଇଛନ୍ତି ଏବଂ ତାହାର କିପରି ସମାଧାନ କରାଯାଇ ପାରିବ ସେ ନେଇ ଚିନ୍ତା କରନ୍ତୁ। ଏ ନେଇ ଆଉ ଏକ ଉପାୟ ରହିଛି। ତାହା କ’ଣ ଜାଣନ୍ତି? ଲେଖାଲେଖି। ଏହି ସମୟରେ ଯଦି ଆପଣ କିଛି ସମୟ ଲେଖାଲେଖି କରିବେ ତେବେ ଚାପ କେତେକାଂଶରେ ଦୂର ହେବାର ସମ୍ଭାବନା ରହିଛି ବୋଲି ୟୁନିଭର୍ସିଟି ଅଫ୍ ଟୋକିଓର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
Powered by Froala Editor