ସବୁବେଳେ ଭିଟାମିନ୍ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ
ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଉପରେ ନିର୍ଭର କରେ। ଏଭଳି ଖାଦ୍ୟର ଆଉ ଏକ ଉପକାରୀ ଗୁଣ ରହିଛି। ଯଦି ଆପଣ ଅବସାଦ ବା ଡିପ୍ରେସନର ଶିକାର ହୋଇଛନ୍ତି ତେବେ ଏଥିରୁ ଉପଶମ ପାଇବାର ସହଜ ତଥା ସରଳ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ସବୁବେଳେ ଭିଟାମିନ୍ଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ସେ ନିଜକୁ ଅବସାଦଠାରୁ ଅନେକାଂଶରେ ଦୂରେଇ ରଖିପାରିବେ। ସିଓଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏ ବିଷୟରେ ଜଣାପଡ଼ିଛି। ତେଣୁ ଆମେ ପ୍ରତିଦିନ ସନ୍ତୁଳିତ ଓ ଉତ୍ତମ ଖାଦ୍ୟ ଠିକ୍ ପରିମାଣରେ ଖାଇବା ନିହାତି ଜରୁରୀ। ଡାଏଟ୍କୁ ଠିକ୍ ରଖିବା ସହ ଗାଜର, ମୂଳା, କଖାରୁ, ପାଳଙ୍ଗ ଶାଗ, ଚିନାବାଦାମ, ଟମାଟୋ, କମଳା ଆଦି ଶରୀର ପାଇଁ ବେଶ୍ ଉପଯୋଗୀ। ଏଭଳି ପନିପରିବା ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।
Powered by Froala Editor