ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍ଫା’
ଜୁଲାଇ ୩ ତାରିଖରେ ମୁକ୍ତିଲାଭ କରିବ ଆଲିୟା ଭଟ୍ଟଙ୍କ ଅଭିନୀତ ବହୁ- ପତୀକ୍ଷିତ ଆକ୍ସନ୍ ଏଣ୍ଟରଟେନର୍ ‘ଆଲ୍ଫା’। ନୂଆ ଘୋଷଣା ଅନୁସାରେ, ଫିଲ୍ମ ସପ୍ତାହେ ଆଗୁଆ ରିଲିଜ୍ କରିବ । ଆଦିତ୍ୟ ଚୋପ୍ରା ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବାବେଳେ ଅନ୍ୟପକ୍ଷରେ ଶିବ ରାୱଲ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି । ଏଥିସହ ଫିଲ୍ମରେ ଆଲିଆ ବାଗ ନଜର ଆସିବେ । ୟଶ ରାଜ ଫିଲ୍ମସ୍ ସ୍ପାଏ ୟୁନିଭର୍ସ ପ୍ରଥମ ଥର ପାଇଁ ଏକ ମହିଳା ଲିଡ୍ ଫିଲ୍ମ ନିର୍ମାଣ କରୁଛି । ଏହି ଫିଲ୍ମରେ ବବି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ଜୁଲାଇ ୩ ତାରିଖରେ ବକ୍ସ ଅଫିସ୍ରେ କୌଣସି ବଡ଼ ରିଲିଜ୍ ନ ଥିବାରୁ ‘ଆଲ୍ଫା’ର ରିଲିଜ୍ ପାଇଁ ଏହା ଠିକ୍ ସମୟ ବୋଲି ନିର୍ମାତାଙ୍କ ବିଶ୍ୱାସ । ‘ଧମାଲ୍-୪’ ନିଜର ରିଲିଜ୍ ତାରିଖ ଜୁଲାଇ ୧୭କୁ ଘୁଞ୍ଚାଇବା ପରେ ‘ଆଲ୍ଫା’ ନିର୍ମାତା ଆଦିତ୍ୟ ଚୋପ୍ରା ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଦୁଇଟି କମେଡି ଫିଲ୍ମ ‘ୱେଲକମ୍ ଟୁ ଜଙ୍ଗଲ’ (ଜୁନ୍ ୨୬) ଓ ‘ଧମାଲ୍-୪’ ମଝିରେ ‘ଆଲ୍ଫା’ ରିଲିଜ୍ ହେଉଥିବାରୁ ଆକ୍ସନ୍-ପ୍ୟାକ୍ଡ ଫିଲ୍ମକୁ ଦର୍ଶକ ପସନ୍ଦ କରିବେ ବୋଲି ନିର୍ମାତା ଆଶାବାଦୀ ।
Powered by Froala Editor