ସୌରଭ ଗାଙ୍ଗୁଲୀ କରୋନା ଆକ୍ରାନ୍ତ

କୋଲକତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ନମୁନା ରିପୋର୍ଟ ପଜିଟିଭ୍ ଆସିବା ପରେ ଚିକିସôା ଲାଗି ତାଙ୍କୁ କୋଲକତାର ଉଡ୍ ଲାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସୋମବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।
ସୂଚନାଯୋଗ୍ୟ ଯେ ପୂର୍ବରୁ ତାଙ୍କ ପରିବାର ସଦସ୍ୟଙ୍କୁ କରୋନା ହୋଇଥିଲା । ବର୍ତ୍ତମାନ ଗାଙ୍ଗୁଲୀ ନିଜେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଜାନୁୟାରୀ ୨ରେ ଘରେ ଟ୍ରେଡ ମିଲ୍ କରୁଥିବାବେଳେ ଛାତିରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ଏହାର ୨୦ ଦିନ ପରେ ପୁଣି ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ସେତେବେଳେ ତାଙ୍କ ଠାରେ ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଏବର୍ଷ ଶେଷରେ ମଧ୍ୟ ସେହି ସମାନ ଘଟଣା ଘଟିଛି ।
ବର୍ତ୍ତମାନ ଗାଙ୍ଗୁଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ତାଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ ବୋଲି କୁହାଯାଇଛି । ତେବେ ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିବାପରେ ସେ ଓମିକ୍ରନ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଜଣାପଡିବ ।
Powered by Froala Editor