ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ପୋଲିସ-ମାଓବାଦୀ ମୁହାଁମୁହିଁ : ୬ ମାଓବାଦୀ ମୃତ

ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ସହ ଗୁଳି ବିନିମୟରେ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମାଓବାଦୀମାନେ ଚେରଲା ଏରିଆ କମିଟିର ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ବରିଷ୍ଠ ମାଓନେତା ଥିବା ଜଣାପଡିଛି । ଏହି ଅଞ୍ଚଳରୁ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଗୋଳା ଜବତ କରାଯାଇଛି ।
ତେଲେଙ୍ଗାନା ଗ୍ରେହାଉଣ୍ଡ ଫୋର୍ସ ଏବଂ ଛତିଶଗଡ ଡିଆରଜି ଓ ସିଆରପିଏଫ୍ ଫୋର୍ସ ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିଲେ । ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅପରେସନରେ କୋତ୍ତାଗୁଡମ ଏସପି ସୁନିଲ ଦତ୍ତ ମଧ୍ୟ ସାମିଲ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ସୁନୀଲ ଦତ୍ତ କହିଛନ୍ତି, ପେସାଲପଡୁ ଅଞ୍ଚଳରେ ମାଓବାଦୀମାନେ ପୋଲିସ ଉପରକୁ ଆଇଇଡି ଆକ୍ରମଣ କରିବାର ଯୋଜନା ପ୍ରସ୍ତୁତି କରୁଥିବା ନେଇ ଖବର ମିଳିଥିଲା । ଏହାପରେ ଛତିଶଗଡ ଫୋର୍ସ ଏବଂ ତେଲେଙ୍ଗାନା ଗ୍ରେହାଉଣ୍ଡ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏନକାଉଣ୍ଟରରେ ୬ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।
Powered by Froala Editor