୧୫ ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ ଟିକା, ଜାନୁଆରୀ ୧ରୁ CoWINରେ ପଞ୍ଜୀକରଣ ଆରମ୍ଭ

ଜାନୁୟାରୀ ୩ରୁ ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ CoWIN ଆପରେ ପଞ୍ଜୀକରଣ କରିବାକୁ ପଡିବ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁୟାୟୀ, ପିଲାଙ୍କ ପଞ୍ଜୀକରଣ ପାଇଁ ସେମାନେ ସେମାନଙ୍କର ID ବ୍ୟବହାର କରିପାରିବେ । ଏ ସମ୍ପର୍କରେ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି।
CoWIN ପ୍ଲାଟଫର୍ମର ମୁଖ୍ୟ ଡା ଆରଏସ୍ ଶର୍ମା କହିଛନ୍ତି, “୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନେ CoWIN ଦ୍ୱାରା ଜାନୁଆରୀ ୧ରୁ ଟିକା ପାଇଁ ନିଜ ନାଁ ପଞ୍ଜୀକରଣ କରିପାରିବେ। ଆମେ ଏହି ଆପ୍ରେ ଅତିରିକ୍ତ ସ୍ଲଟ ଭାବେ ଆଇଡି କାର୍ଡ ପଞ୍ଜୀକରଣ ବ୍ୟବସ୍ଥା କରିଛୁ। ଛାତ୍ରଛାତ୍ରୀମାନେ ନିଜ ଆଇଡି କାର୍ଡ ବ୍ୟବହାର କରି ଟିକା ପାଇଁ ପଞ୍ଜୀକରଣ କରିପାରିବେ। କାରଣ ସବୁ ପିଲାମାନଙ୍କ ପାଖରେ ଆଧାର କିମ୍ବା ଅନ୍ୟ କାର୍ଡ ନାହିଁ। ତେଣୁ CoWIN ପ୍ଲାଟଫର୍ମରେ ଆଇଡି କାର୍ଡର ବିକଳ୍ପ ରଖାଯାଇଛି। ଏହାକୁ ସେମାନେ ବେଶ ଆରାମରେ ବ୍ୟବହାର କରି ଟିକା ପାଇଁ ସ୍ଲଟ ବୁକ କରିପାରିବେ।”
ଭାରତ ବାୟୋଟେକ୍ ର କୋଭାକ୍ସିନ୍ କିମ୍ବା Zydus Cadila ZyCoV-D ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଏହି ଦୁଇଟିର ଅନୁମୋଦନ ମିଳିଛି । ଏହାସହ ତୃତୀୟ ସମ୍ଭାବ୍ୟ ଟିକା ହେଉଛି ସେରମ୍ ଇନଷ୍ଟିଚ୍ୟୁଟର ନୋଭାଭ୍ୟାକ୍ସ । ଯାହା ଜାତୀୟ ଡ୍ରଗ୍ କଣ୍ଟ୍ରୋଲର୍ ୭ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ପରୀକ୍ଷା କରିବାକୁ ଅନୁମୋଦନ କରାଯାଇଛି । ଚତୁର୍ଥଟି ହେଉଛି ବାୟୋଲୋଜିକାଲ୍ ଇ’ର Corbevax । ଯାହା ପାଞ୍ଚ ବର୍ଷରୁ ଅଧିକ ପିଲାମାନଙ୍କ ଉପରେ ଉନ୍ନତ ପରୀକ୍ଷଣ ପାଇଁ ଅନୁମୋଦିତ ହୋଇଛି । ନୋଭାଭାକ୍ସ ଏବଂ Corbevax ବ୍ୟବହାର ପାଇଁ ଏପର୍ଯ୍ୟନ୍ତ ଅନୁମୋଦିତ ହୋଇନାହିଁ ।
Powered by Froala Editor