‘ସତସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଶ୍ରୀଶ୍ରୀବାବାଇଦା

‘ସତସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀବାବାଇଦା ( ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)। ଗତକାଲି ଶ୍ରୀଶ୍ରୀଦାଦାଙ୍କ ପାରଲୌକିକ କ୍ରିୟାର ଏକାଦଶ ଦିବସରେ ‘ସତସଙ୍ଗ’ର ସଭାପତି ଡ.ଅଲୋକ ଚକ୍ରବର୍ତ୍ତୀ (ପୂଜ୍ୟପାଦ ମେଜଦା)ଙ୍କ ଆହ୍ବାନକ୍ରମେ ଶ୍ରୀଶ୍ରୀବାବାଇଦାଙ୍କୁ ପୁରୋଭାଗରେ ରଖି ଶ୍ରୀଶ୍ରୀଠାକୁରଙ୍କ ପ୍ରଦର୍ଶିତ ମାର୍ଗରେ ଅଗ୍ରସର ହେବାକୁ ସଂକଳ୍ପ ଗ୍ରହଣ କରିଥିଲେ।
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ପ୍ରପୌତ୍ର ଶ୍ରୀଶ୍ରୀବାବାଇଦା’ ୧୯୬୮ ମସିହା ଜୁନ୍ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଶୈଶବ ଅବସ୍ଥାରୁ ହିଁ ସେ ଠାକୁରଙ୍କ ପ୍ରଦର୍ଶିତ ସାଧନ-ମାର୍ଗରେ ନିମଜ୍ଜିତ ରହିବା ସହ ଆଦର୍ଶର ପ୍ରଚାର-ପ୍ରସାରରେ ନିଜକୁ ସକ୍ରିୟ ଭାବେ ବ୍ରତୀ କରିଥିଲେ। ପରବର୍ତ୍ତୀ ସମୟରେ ସେ ‘ସତସଙ୍ଗ’ର ପ୍ରଶାସକ ଦାୟିତ୍ବ ବହନ କରିଥିଲେ। ୨୦୧୬ ମସିହାରେ ସେ ଦେଶର ଅଧିକାଂଶ ଅଞ୍ଚଳ ଗସ୍ତ କରି କ୍ରମାଗତ ଭାବେ ୧୦୦ ଦିନ ମଧ୍ୟରେ ପ୍ରାୟ ୪.୭୨ ଲକ୍ଷ ଲୋକଙ୍କୁ ସତମନ୍ତ୍ରରେ ଦୀକ୍ଷିତ କରିଥିଲେ। ଶ୍ରୀଶ୍ରୀବାବାଇଦାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଦେଓଘରସ୍ଥିତ ସତସଙ୍ଗ ଆଶ୍ରମରେ କରାଯାଇଥିବା ଜଳ ସଂରକ୍ଷଣ ଓ ଜଳ-ଅମଳ ପ୍ରକଳ୍ପକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଦେଶର ଶ୍ରେଷ୍ଠ ପ୍ରକଳ୍ପ ଭାବେ ୨ ବର୍ଷ ପୂର୍ବେ ପୁରସ୍କୃତ କରାଯାଇଥିଲା ।
Powered by Froala Editor