ଆପଣଙ୍କ ବିବାହରେ ବଲିଉଡ୍ ସେଲିବ୍ରିଟି ଡାକିବାକୁ ଚାହୁଁଛନ୍ତି କି? ପଢ଼ନ୍ତୁ ପୂରା ତାଲିକା, କିଏ କେତେ ଟଙ୍କା ନିଅନ୍ତି...
ମୁମ୍ବାଇ: ଏବେ ଚାଲିଛି ବିବାହ ଋତୁ । ନିଜ ବିବାହ ଉତ୍ସବକୁ ସମସ୍ତେ ସ୍ମରଣୀୟ କରି ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ବିଶେଷକରି ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକମାନେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏସବୁ ଭିତରେ ବର୍ତ୍ତମାନ ଟ୍ରେଣ୍ଡ ପାଲଟିଛି ବଲିଉଡ୍ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରିବା । ନିକଟରେ ଅଭିନେତା ସଲମାନ ଖାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲଙ୍କ ପୁଅ ପ୍ରଜୟ ପଟେଲଙ୍କ ବିବାହ ଉତ୍ସବରେ ପହଞ୍ଚିଥିଲେ। ସେଠାରେ ସଲମାନ ନାଚୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ଦେଖି ଅନେକ ପ୍ରଶ୍ନ କରିଥିଲେ ଯେ, ସଲମାନ କୌଣସି ସମ୍ପର୍କୀୟ ନ ହୋଇ ବି ବିବାହରେ କାହିଁକି ନାଚୁଛନ୍ତି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନେକ ବଲିଉଡ ତାରକା ବିବାହ ଏବଂ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟଙ୍କା ନେଇଥାନ୍ତି । ଯଦି ଆପଣ ସେମିତି କିଛି ଯୋଜନା କରିଛନ୍ତି ତେବେ ଜାଣି ରଖନ୍ତୁ କେଉଁ ସେଲିବ୍ରିଟି କେତେ ଟଙ୍କା ନିଅନ୍ତି । ଏଠାରେ ଆମେ କିଛି ଆଗଧାଡ଼ି କଳାକାରଙ୍କ ପୂରା ତାଲିକା ଉପସ୍ଥାପନ କରିଛୁ ।
କ୍ୟାଟ୍ରିନା କୈଫ: ବ୍ୟକ୍ତିଗତ ଇଭେଣ୍ଟ କିମ୍ବା ବିବାହ ଉତ୍ସବରେ ଯୋଗଦେବା ପାଇଁ କ୍ୟାଟ୍ରିନା ୩.୫ କୋଟି ଟଙ୍କା ନେଇଥାନ୍ତି। ବଲିଉଡରେ ବ୍ୟକ୍ତିଗତ ଇଭେଣ୍ଟରେ ଯୋଗଦେବା ପାଇଁ କ୍ୟାଟ୍ରିନା ସର୍ବାଧିକ ଫି' ଆଦାୟ କରନ୍ତି।
ଶାହରୁଖ ଖାନ: ଶାହରୁଖ ଖାନ ଅନେକ କାର୍ଯ୍ୟକ୍ରମ ଏବଂ ବିବାହ ଉତ୍ସବରେ ଦିଅନ୍ତି। ସେ ଏକ କାର୍ଯ୍ୟକ୍ରମ ପାଇଁ ୩ କୋଟି ଟଙ୍କା ନେଇଥାନ୍ତି।
ଅକ୍ଷୟ କୁମାର: ବଲିଉଡର ସବୁଠାରୁ ବ୍ୟସ୍ତବହୁଳ ବ୍ୟକ୍ତି ହୋଇଥିଲେ ମଧ୍ୟ ଅକ୍ଷୟ କୁମାର ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମୟ ବାହାର କରିଥାନ୍ତି। ବ୍ୟକ୍ତିଗତ ଇଭେଣ୍ଟ କିମ୍ବା ବିବାହ ପାଇଁ ସେ ପ୍ରାୟ ୨.୫ କୋଟି ଟଙ୍କା ନେଇଥାନ୍ତି।
ପ୍ରିୟଙ୍କା ଚୋପ୍ରା: ପ୍ରିୟଙ୍କା ଚୋପ୍ରା ପ୍ରତ୍ୟେକ ଇଭେଣ୍ଟ ପାଇଁ ପ୍ରାୟ ୨.୫ କୋଟି ଟଙ୍କା ନେଇଥାନ୍ତି। ବଲିଉଡର ଡ୍ୟାନ୍ସ କିଙ୍ଗ ଭାବରେ ଜଣାଶୁଣା ଅଭିନେତା ହ୍ରିତିକ ରୋଶନ ଯେ କୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରାୟ ୨.୫ କୋଟି ଟଙ୍କା ଚାର୍ଜ କରିଥାନ୍ତି । ସେହିପରି ରଣବୀର ୨ କୋଟି ଟଙ୍କା ନିଅନ୍ତି। ବ୍ୟକ୍ତିଗତ ଇଭେଣ୍ଟ ପାଇଁ ସଲମାନ ୨ କୋଟି ଟଙ୍କା ନିଅନ୍ତି। କୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଭିନେତ୍ରୀ ଦୀପିକା ପାଖାପାଖି ୧ କୋଟି ଟଙ୍କା ଆଦାୟ କରନ୍ତି। ଅନୁଷ୍କା ୮୦ ଲକ୍ଷ ଟଙ୍କା ନିଅନ୍ତି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ଏମାନଙ୍କ ବ୍ୟତୀତ ଆହୁରି ଅନେକ କଳାକାର ମଧ୍ୟ ବ୍ୟକ୍ତଗତ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି ।
Powered by Froala Editor