ଟିକା ଭୟରେ ଗଛ ଉପରକୁ ଚଢ଼ିଗଲେ ପଶୁପାଳକ
ଟିକାକରଣ ନେଇ ସଚେତନତା କରାଯାଉଛି । ଏପରିକି ଲୋକେ ବେଶ୍ ସଚେତନ ହୋଇ ଟିକା ନେବାକୁ ଆଗେଇ ଆସୁଛନ୍ତି । କିନ୍ତୁ ଏବେବି ଏମିତି ଲୋକ ଅଛନ୍ତି ଯେଉଁମାନେ ଟିକା ନେବାକୁ ଭୟ କରୁଛନ୍ତି । ଆଉ ଅଜବ କାରନାମା କରୁଛନ୍ତି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନରୁ । ରାଜସ୍ଥାନର ଜାଲୋର ଜିଲ୍ଲାରେ ଜଣେ ପଶୁପାଳକ ଟିକା ନେବା ପାଇଁ ମନା କରିବାରୁ ସହିତ ଗଛ ଉପରେ ଚଢ଼ି ଯାଇଥିଲେ । ଫଳରେ ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ଗଛ ଉପରେ ଚଢ଼ି ଟିକା ଦେଇଥିଲେ ।
ରାଜସ୍ଥାନରେ ୪୩ଟି ଓମିକ୍ରନ ମାମଲା ଚିହ୍ନଟ ହେବା ପରେ ସେଠାରେ ମଧ୍ୟ ଜୋରଶୋରରେ ଆରମ୍ଭ ହୋଇଛି ଟିକାକରଣ । ଯେଉଁମାନେ ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି ସେମାନଙ୍କ ଘରକୁ ଘର ବୁଲି ଟିକା ଦେଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ସେହି ଅନୁଯାୟୀ, ଜାଲୋର ଜିଲ୍ଲା ଆହୋର ଅଞ୍ଚଳର ରାମା ଗ୍ରାମରେ ଶନିବାର ଏକ ସ୍ୱତନ୍ତ୍ର ଟିକାକରଣ ଅଭିଯାନ କରାଯାଇଥିଲା । ଘରକୁ ଘର ବୁଲି ଲୋକମାନଙ୍କୁ ଟିକା ଦେଇଥିଲେ ସ୍ୱାସ୍ଥ୍ୟକର୍ମୀ । ଗୋରୁ ପାଳକଙ୍କୁ ମଧ୍ୟ ଟିକା ଦେଇଥିଲେ ସ୍ୱାସ୍ଥ୍ୟକର୍ମୀ । ଏହି ସମୟରେ ଜଣେ ପଶୁପାଳକଙ୍କୁ ଟିକା ସମ୍ପର୍କରେ ପଚରା ଯିବାରୁ ସେ କେବଳ ଗୋଟିଏ ଡୋଜ ନେଇଥିବା କହିଥିଲେ । ଯେତେବେଳେ ତାଙ୍କୁ ଆଉ ଏକ ଡୋଜ ନେବାକୁ କୁହାଗଲା, ସେ ଡାକ୍ତରୀଦଳକୁ ସିଧାସିଧା ମନା କରିଦେଇଥିଲେ । ଏହା ପରେ ସେ ଗଛ ଉପରକୁ ଚଢ଼ି ଯାଇଥିଲେ । ତାଙ୍କୁ ବହୁ ବୁଝାସୁଝା ପରେ ମଧ୍ୟ ସେ ତଳକୁ ଆସିନଥିଲେ । ଏହା ପରେ ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ଟିକା ଦେବା ପାଇଁ ଗଛ ଉପରକୁ ଚଢ଼ିଥିଲେ ଏବଂ ତାଙ୍କୁ ଗଛ ଉପରେ ଚଢ଼ି ଟିକା ଦେଇଥିଲେ ।
Powered by Froala Editor