ଦେଶରେ ଦିନକରେ ୬୯୮୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । ଭାରତରେ ଦୈନିକ ସଂକ୍ରମଣ ୧୦ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୬,୯୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୭,୦୯୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଦିନକରେ ୧୬୨ଟି ମୁଣ୍ଡ ନେଇଛି କିଲର ଭାଇରସ । ଦେଶରେ ଦୈନିକ ସଂକ୍ରମଣ ହାର ତଳମୁହାଁ ରହିଥିଲେ ହେଁ ଓମିକ୍ରନ ମାମଲା ବଢି ଚାଲିଛି । ଏବେ ସୁଦ୍ଧା ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୨୨ରେ ପହଞ୍ଚିଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ୍ ୩,୪୨,୩୦,୩୫୪ ଜଣ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ହେଲେ ମୃତ୍ୟୁସଂଖ୍ୟା ବଢିବା ସହ ଦେଶରେ ମୋଟ କୋରୋନା ଜନିତ ମୃତକଙ୍କ ସଂଖ୍ୟା ୪,୭୯,୬୮୨ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ୭୬,୭୬୬ଟି ସକ୍ରିୟ ମାମଲା ରହିଛି ।ଓମିକ୍ରନ ସଂକ୍ରମଣ ମଧ୍ୟରେ ଦେଶରେ ଟୀକାକରଣ ମଧ୍ୟ ଦ୍ରୁତଗତିରେ ଜାରି ରହିଛି । ଲୋକଙ୍କୁ ଯଥାସମ୍ଭବ ଉଭୟ ଡୋଜ୍ ଟିକା ଦେବାକୁ ପ୍ରଚେଷ୍ଟା ଚାଲିଛି । ଯାହାଫଳରେ ବର୍ତ୍ତମାନ ଦେଶରେ ମୋଟ ଟୀକାକରଣ ୧୪୧.୩୭କୁ ବୃଦ୍ଧି ପାଇଛି ।
Powered by Froala Editor