ବନାନ୍ତୁ-ଖାଆନ୍ତୁ-ଖୁଆନ୍ତୁ, ଘର ପ୍ରସ୍ତୁତି ଚିକେନ କବାବ୍
ଆବଶ୍ୟକୀୟ ସାମଗ୍ରୀ- ବନଲେସ ଚିକେନ,ଦହି,ଲୁଣ,ତେଲ,ଲଙ୍କା ପାଉଡ଼ର,ହଳଦୀ ପାଉଡ଼ର,ଜିରା ପାଉଡ଼ର,ଗରମ ମସଲା,ଅଦା-ରସୁଣ ପେଷ୍ଟ,ଲେମ୍ବୁ ରସ,ଗୋଲମରିଚ ପାଉଡ଼ର ।
ପ୍ରସ୍ତୁତ ପ୍ରଣାଳୀ-
ବନଲେସ ଚିକେନ କୁ ଛୋଟ ଛୋଟ କରି କାଟି, ଧୋଇ ଏକ ପାତ୍ରରେ ରଖିବେ । ତାପରେ ସେଥିରେ ଲେମ୍ବୁରସ,ଲୁଣ,ଜିରା ପାଉଡ଼ର,ଲଙ୍କା ପାଉଡ଼ର,ଦହି ପକାଇ ଭଲ ଭାବରେ ଗୋଳାଇବେ । ତାପରେ ସେଥିରେ ଗରମମସଲା,ଅଦା-ରସୁଣ ପେଷ୍ଟ,ହଳଦୀ ପାଉଡ଼ର,ଗୋଲମରିଚ ପାଉଡ଼ର,ଅଳ୍ପ ତେଲ ପକାଇ ପୁଣି ଭଲଭାବରେ ଗୋଳାଇ ୧୫ରୁ୨୦ ମିନିଟ ଯାଏ ରଖିବେ । ଏହାପରେ ଏକ ପତଳା ବାଉଁଶ କାଠି ନେଇ, ସେଥିରେ ମସଲା ଗୋଳାଇ ଚିକେନକୁ ପୁରାଇବେ । ତାପରେ ଏହି ଚିକେନ କୁ ପ୍ରଥମେ ଶାଳ ପତ୍ର ଓ ପରେ କଦଳୀ ପତ୍ର ପକାଇ ଭଲଭାବରେ ଗୁଡ଼ାଇ ସୁତା ବାନ୍ଧିବେ । ଏହାପରେ ଚୁଲିରେ ହାଲ୍କା ଅଙ୍ଗାରରେ ଏହାକୁ ପକାଇ ପୋଡ଼ିବେ । ମଝିରେ ମଝିରେ ଏହାକୁ ଲେଉଟାଇବେ । ଚିକେନ ଭଲଭାବରେ ସିଝିଯିବା ପରେ, ତାକୁ ଅଙ୍ଗାରରୁ କାଢି ସୁତୁଲି ଖୋଲି ଏକ ପ୍ଲେଟ କୁ କାଢିବେ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୁସ୍ୱାଦୁ ଘରେ ପ୍ରସ୍ତୁତ ଚିକେନ କବାବ୍ । ଏହା ପରେ ସେଥିରେ ଅଳ୍ପ ଲେମ୍ବୁ ଚିପୁଡ଼ି ନିଜ ମନ ପସନ୍ଦର ସସ୍ ସହ କଞ୍ଚା ପିଆଜ ଲଗାଇ ଏହାର ମଜା ନେଇ ପାରିବେ ।
Powered by Froala Editor