ସୋପିଆନରେ ଏନକାଉଣ୍ଟର : ୨ ଆତଙ୍କବାଦୀଙ୍କ ମୃତ୍ୟୁ

ଜାମ୍ମୁ କାଶ୍ମୀର ସୋପିଆନର ଚୌଗାମ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଥିବା ବେଳେ, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ସୂଚନା ଥାଉକି, ଶନିବାର ଦକ୍ଷିଣ କାଶ୍ମୀରରେ କିଛି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଥିଲା ସୁରକ୍ଷାବାହିନୀ । ପରେ ସୁରକ୍ଷା ବାହିନୀ ସୋପିଆନର ଚୌଗାମ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ, ଏହା ପରେ ସୁରକ୍ଷା ବାହିନୀ ଏହାର ଯବାବ ଦେଇ ୨ ଆତଙ୍କବାଦୀଙ୍କୁ ନିପାତ କରିବାରେ ସକ୍ଷମ ହୋଇଥିଲେ । ଏହାପୂର୍ବରୁ ଶୁକ୍ରବାର ଦିନ ଅନନ୍ତନାଗରେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ଶାହାଜାଦ ବୋଲି ଜଣାପଡିଛି । ନିଷିଦ୍ଧ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଶାହାଜାଦ ଥିଲେ ମୁଖ୍ୟ ।
Powered by Froala Editor