ବ୍ୟବସାୟୀଙ୍କ ଘରେ କୁବେର ଖଜାନା : ୫ଟି ମେସିନରେ ଟଙ୍କା ଗଣିବାକୁ ଲାଗିଲା ୩୬ ଘଣ୍ଟା
ବ୍ୟବସାୟୀଙ୍କ ଘରେ କୁବେର ଖଜାନା । ଯାହାକୁ ଗଣିବାକୁ ନୟାନ୍ତ ହୋଇଛନ୍ତି ଯାଞ୍ଚ ଅଧିକାରୀମାନେ । ଟଙ୍କା ଗଣିବାକୁ ୫ଟି ମେସିନକୁ ନିୟୋଜିତ କରାଯାଇ ଥିବା ବେଳେ ୩୬ ଘଣ୍ଟା ଲାଗିଥିଲା।
ସୂଚନା ଯେ, କାନପୁରର ପିୟୁସ୍ ଜୈନ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ଏକାଥରକେ ୧୫୦ କୋଟି ଟଙ୍କା ଜବତ ହୋଇଛି। କାନପୁରର ତ୍ରିମୂର୍ତ୍ତି ଫ୍ରାଗ୍ରାନ୍ସ ପ୍ରାଇଭେଟ ଲିମିଟେଡ ଓ ଗଣପତି ରୋଡ କ୍ୟାରିୟର୍ସର ଗୋଦାମରେ ଜିଏସଟି ଗୁଇନ୍ଦା ବିଭାଗର ଅହମ୍ମଦାବାଦ ୟୁନିଟ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ତ୍ରିମୂର୍ତ୍ତି ଫ୍ରାଗ୍ରାନ୍ସ ପକ୍ଷରୁ ଶିକାର ବ୍ରାଣ୍ଡ ପାନ ମସଲା ତିଆରି ହେଉଥିଲା । ଏହି ସବୁ ସାମଗ୍ରୀକୁ ଗଣପତି ରୋଡ କ୍ୟାରିୟର୍ସ ଜରିଆରେ ପରିବହନ କରାଯାଉଥିବା ଟିମ୍ ଜାଣିବାକୁ ପାଇଛି । ଭୂତ କମ୍ପାନୀ ନାଁରେ ଜାଲ୍ ଇନଭଏସ ଓ ଓ୍ୱେବିଲ୍ ପ୍ରସ୍ତୁତ କରି କୋଟି କୋଟି ଟଙ୍କାର ସାମଗ୍ରୀ ପରିବହନ ହେଉଥିଲା ।
ଠକେଇ ଘଟଣାରେ ୪ଟି ଟ୍ରକ ଜବତ କରାଯାଇଛି । ଜାଲିଆତି ଘଟଣାରେ ୨୦୦ରୁ ଅଧିକ ଫେକ୍ ଇନଭଏସ ମଧ୍ୟ ଜବତ ହୋଇଛି । ସେହିପରି ପରିବହନ ସଂସ୍ଥା ନିକଟରୁ ୧ କୋଟି ୧ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି । ଜବତ ଟଙ୍କାକୁ ନେବା ଲାଗି ଏକ କଣ୍ଟେନର ଅଣାଯାଇଥିଲା ଏବଂ ୨୧ଟି ଟିଣ ପେଡ଼ିରେ ସେ ସବୁକୁ ପ୍ୟାକିଂ କରି ନିଆଯାଇଥିଲା ।
Powered by Froala Editor