ବଢ଼ିଲାଣି ଓମିକ୍ରନ୍ ମାମଲା : ୧୦ ରାଜ୍ୟରେ ଯାଞ୍ଚ କରିବେ କେନ୍ଦ୍ରୀୟ ଟିମ୍

ଦେଶର ୧୭ ରାଜ୍ୟରେ କାୟା ବିସ୍ତାର କଲାଣି ଓମିକ୍ରନ୍ ଭୂତାଣୁ । ଏଯାଏ ୪୧୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଦିଲ୍ଲୀରୁ ୭୯, ଗୁଜରାଟ ୪୩, ତେଲେଙ୍ଗାନା ୩୮, କେରଳ ୩୭, ତାମିଲନାଡ଼ୁ ୩୪, କର୍ଣ୍ଣାଟକ ୩୧ ଓ ରାଜସ୍ଥାନରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହରିଆଣା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରୁ ୪ ଓମିକ୍ରନ ମାମଲା ଆସିଛି । ଏନେଇ ଆଲର୍ଟରେ କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସ୍ଥିତି ସମୀକ୍ଷା ଲାଗି କେନ୍ଦ୍ରୀୟ ଟିମ ୧୦ଟି ରାଜ୍ୟ ଗସ୍ତ କରିବେ । ଯେଉଁଠାରେ ଓମିକ୍ରନ୍ ଏବଂ କୋଭିଡ-19 ମାମଲାରେ ବୃଦ୍ଧି ଘଟୁଛି କିମ୍ବା ଟିକାକରଣ ଗତି ମନ୍ଥର ରହିଛି । ଏସବୁ ସ୍ଥାନ ପରିଦର୍ଶନ କରିବ ଟିମ୍ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୧୦ ରାଜ୍ୟ ତାଲିକାରେ କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଝଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଅନ୍ତର୍ଭୁକ୍ତ ଅଛି । ଆସନ୍ତା ବର୍ଷ ଆରମ୍ଭରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଅଛି । ଏହାକୁ ଦୃଷ୍ଟିରେ ରଖି ଟିମର ଗସ୍ତ ରଖାଯାଇଛି । ଟିମ୍ ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ COVID ସ୍ଥିତି ନେଇ ଆଲୋଚନା କରିବ ।
Powered by Froala Editor