Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ...

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ...

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

Home ›› ››ଏସଟିପିଆଇ ଓ ସେଲ୍‍ ରାଉରକେଲା ଇସ୍ପାତ କାରଖାନା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ଏସଟିପିଆଇ ଓ ସେଲ୍‍ ରାଉରକେଲା ଇସ୍ପାତ କାରଖାନା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

2021-12-24 09:35:53
25383
Share:
Facebook
Twitter
E-Mail
WhatsApp
Telegram
ଏସଟିପିଆଇ ଓ ସେଲ୍‍ ରାଉରକେଲା ଇସ୍ପାତ କାରଖାନା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର : ଇଣ୍ଡଷ୍ଟ୍ରିଜ ୪.୦ ସିଓଇ (ଏମ୍‍ ଟେକ୍‍) ଏବଂ ନବସୃଜନ ଓ ଷ୍ଟାର୍ଟଅପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ସକାଶେ ଏସଟିପିଆଇ ଏବଂ ସେଲ୍‍ ରାଉରକେଲା ଇସ୍ପାତ କାରଖାନା, ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ଏସଟିପିଆଇ-ଭୁବନେଶ୍ୱର ଠାରେ ସ୍ୱାକ୍ଷରିତ ହୋଇଯାଇଛି । 


ଏହି ବୁଝାମଣାପତ୍ରରେ ମୂଳ ଲକ୍ଷ୍ୟ ହେଉଛି ଭୁବନେଶ୍ୱର ଏବଂ ରାଉରକେଲାରେ ନୂତନ ପ୍ରଯୁକ୍ତି (ଏମର୍ଜିଂ ଟେକ୍‍ନୋଲୋଜିସ) ଉପରେ ସ୍ଥାପିତ ହେବାକୁ ଯାଉଥିବା ଏସଟିପିଆଇ ଔଦ୍ୟୋଗିକତା କେନ୍ଦ୍ର (ଏସ୍‍ଟିପିଆ ସେଣ୍ଟର ଅଫ ଏଣ୍ଟରପ୍ରିନ୍ୟୋରସିପ୍‍)କୁ ସମର୍ଥନ ଯୋଗାଇଦେବାକୁ ଏସ୍‍ଟିପିଆଇ ଏବଂ ସେଲ୍‍-ଆରଏସପି ମଧ୍ୟରେ ଏକ ମଜଭୁତ ଏବଂ ଅର୍ଥପୂର୍ଣ୍ଣ ମେଣ୍ଟ ଗଠନ କରିବା । ଏମ୍‍ ଟେକ୍‍ ନାମରେ ପରିଚିତ ଏହି କେନ୍ଦ୍ର ଭାରତ ସରକାରଙ୍କର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଇଲେକ୍‍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପାଣ୍ଠି ସହାୟତାରେ ସ୍ଥାପନ କରାଯାଉଛି । 


ମାର୍ଗଦର୍ଶନ, ଭିତ୍ତିଭୂମିର ଏବଂ ଅନ୍ୟାନ୍ୟ ସୁବିଧାର ସୁଯୋଗ ନେବା, ନେଟୱର୍କିଂ ଏବଂ ପାଣ୍ଠି ବ୍ୟବସ୍ଥା ଆଦି କ୍ଷେତ୍ରରେ ସୁଦୃଢ ସହଯୋଗ ସ୍ଥାପନ ନିମନ୍ତେ ଏହି ବୁଝାମଣାପତ୍ରରେ ଲକ୍ଷ୍ୟ ରଖାଯାଇଛି । ଉଭୟ ଏସଟିପିଆଇ ଏବଂ ସେଲ୍‍, ଆରଏସପି ସୂଚନା ଓ ଜ୍ଞାନର ସୁରୁଖୁରୁରେ ବିନିମୟକୁ ଉତ୍ସାହିତ କରିବେ ଏବଂ ପ୍ରଯୁକ୍ତିର ରୂପାୟନ କ୍ଷେତ୍ରରେ ଏସଟିପିଆଇର ସମୃଦ୍ଧ ଅଭିଜ୍ଞତା ଏବଂ ଶିଳ୍ପ ଉତ୍ପାଦନ, ଗବେଷଣା ଓ ବିନିର୍ମାଣ, ଗବେଷଣା ଓ ବିକାଶ ଆଦି କ୍ଷେତ୍ରରେ ଉତ୍କର୍ଷ ହାସଲ ଦ୍ୱାରା ସେଲ୍‍-ଆରଏସପିର ମଜଭୁତ ଶିଳ୍ପ ଦୃଷ୍ଟିଭଙ୍ଗୀ ଭଳି ପାରସ୍ପରିକ ସାମର୍ଥ୍ୟରୁ ଫାଇଦା ଉଠାଇବାକୁ ଏକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବେ । ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଯାଉଥିବା ଅତ୍ୟାଧୁନିକ ସୁବିଧା (ବିପିୟୁଟି ରାଉରକେଲାରେ ଏକ ସାଟେଲାଇଟ କେନ୍ଦ୍ର ସହିତ), ଏସଟିପିଆଇର ଅନ୍ୟତମ ଅଗ୍ରଣୀ ଔଦ୍ୟୋଗିକତା କେନ୍ଦ୍ର (ସିଓଇ) ହେବ ଏବଂ ଏହି ବୁଝାମଣାପତ୍ର ଅନୁଯାୟୀ ଏହା ଉଭୟ ସଂସ୍ଥାନ ଦ୍ୱାରା ସମସ୍ତ ପ୍ରୟାସର ମୂଳ ବିନ୍ଦୁ ହେବ । 


ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ସଫ୍ଟୱେର ଟେକ୍‍ନୋଲୋଜି ପାର୍କ୍ସ ଅଫ ଇଣ୍ଡିଆ (ଏସ୍‍ଟିପିଆଇ) ଦେଶରୁ ସଫ୍ଟୱେର ଏବଂ ସୂଚନା ପ୍ରଯୁକ୍ତି ରପ୍ତାନିକୁ ପ୍ରୋତ୍ସାହିତ କରିବା ଉପରେ ନିର୍ଦ୍ଦିଷ୍ଟ ଭାବରେ ଦୃଷ୍ଟିନିବଦ୍ଧ ପୂର୍ବକ ସ୍ଥାପିତ ହୋଇଛି । ଏହାର ଆରମ୍ଭ ଦିନଠାରୁ ଏସଟିପିଆଇ ଦୀର୍ଘ ପଥ ଅତିକ୍ରମ କରିସାରିଛି ଏବଂ ଆଉଟସୋର୍ସ କରାଯାଉଥିବା ସୂଚନା ପ୍ରଯୁକ୍ତି ଏବଂ ସୂଚନା ପ୍ରଯୁକ୍ତି ସମର୍ଥିତ ସେବା ନିମନ୍ତେ ସବୁଠାରୁ ପସନ୍ଦଯୋଗ୍ୟ ସ୍ଥଳ ଭାବରେ ଭାରତକୁ ଅବସ୍ଥାପିତ କରିବା ଦିଗରେ ଏହାର ଲକ୍ଷ୍ୟ ହାସଲରେ ଅତ୍ୟନ୍ତ ସଫଳ ହୋଇଛି । ସଂପ୍ରତି ଏସ୍‍ଟିପିଆଇର ଭୁବନେଶ୍ୱର ଓ ରାଉରକେଲା ସମେତ ସମଗ୍ର ଭାରତରେ ୬୧ଟି କେନ୍ଦ୍ର ରହିଛି । 


ଏହାର ନୂତନ ଯାତ୍ରାରେ ଏସ୍‍ଟିପିଆଇ ଦେଶରେ ସର୍ବବୃହତ ପ୍ରଯୁକ୍ତି ଷ୍ଟାର୍ଟଅପ୍‍ ପରିବ୍ୟବସ୍ଥାରେ ପରିଣତ ହେବାର ଅଭିଳାଷ ରଖିଛି ଏବଂ ଦେଶକୁ ଏକ ସଫ୍ଟୱେର ଉତ୍ପାଦ ରାଷ୍ଟ୍ରରେ ରୂପାନ୍ତରିତ କରିବା ଦିଗରେ ପ୍ରୟାସ ଜାରି ରଖିଛି । ଏଥିପାଇଁ ଏସ୍‍ଟିପିଆଇ ଏକ ସହଭାଗୀ ଢାଞ୍ଚା ଅନୁସରଣ କରୁଛି, ଯେଉଁଠାରେ ସରକାର, ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟ ସହଭାଗୀମାନେ ଷ୍ଟାର୍ଟଅପ୍‍ଗୁଡିକୁ ଆରମ୍ଭରୁ ଶେଷଯାଏ ସମର୍ଥନ ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏହି ଦୂରଦୃଷ୍ଟି ଅନୁଯାୟୀ ଏସ୍‍ଟିପିଆଇ ରାଜ୍ୟରେ ଷ୍ଟାର୍ଟଅପ୍‍ଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ଗବେଷଣା ଓ ବିକାଶ, ନବୋନ୍ମେଷ, ଉତ୍ପାଦର ବିକାଶ ଏବଂ ଔଦ୍ୟୋଗିକତାକୁ ଉତ୍ସାହିତ କରିବା ସକାଶେ ଏକ ପୂର୍ଣ୍ଣାଙ୍ଗ ପରିବ୍ୟବସ୍ଥା ସୃଷ୍ଟି କରିବାକୁ ସୁଯୋଗ ସୃଷ୍ଟିକାରୀ ପ୍ରଯୁକ୍ତିରେ ଔଦ୍ୟୋଗିକତା କେନ୍ଦ୍ରସମୂହ (ସିଓଇ) ସ୍ଥାପନ କରିଛି । ବର୍ତ୍ତମାନ ସୁଦ୍ଧା ଏସ୍‍ଟିପିଆଇ ସମଗ୍ର ଦେଶରେ ଇଲେକଟ୍ରୋପ୍ରିନ୍ୟୋର ପାର୍କ (ଇଏସଡିଏମ୍‍ ଇନ୍‍କ୍ୟୁବେସନ ସିଓଇ) ଏବଂ ଭର୍ଚୁଆଲ ଅଗ୍‍୍‍ମେଣ୍ଟେଡ ରିଅଲିଟି (ଭିଏଆର ସିଓଇ) ସମେତ ନିର୍ଦ୍ଦିଷ୍ଟ ବିଷୟ ଉପରେ ୨୦ଟି ଔଦ୍ୟୋଗିକତା କେନ୍ଦ୍ର (ସିଓଇ) ସ୍ଥାପନ କରୁଛି ଏବଂ ଭୁବନେଶ୍ୱରରେ ତୃତୀୟ ବିଷୟ ଭାବରେ ଇଣ୍ଡଷ୍ଟ୍ରି ୪.୦ ସିଓଇ (ଏମ୍‍ ଟେକ୍‍) ସ୍ଥାପନ କରାଯାଉଛି । 


ଅନ୍ୟପକ୍ଷରେ ସେଲ୍‍  ରାଉରକେଲା ଇସ୍ପାତ କାରଖାନା, ଭାରତର ଅନ୍ୟତମ ସର୍ବବୃହତ ସମନ୍ୱିତ ଇସ୍ପାତ କାରଖାନା ଭାବରେ ପରିଚିତ ଏବଂ ପ୍ଲେଟ ମିଲ୍‍ ପ୍ଲେଟ୍‍ଓ, ଏଚଆର ପ୍ଲେଟ୍‍ଓ, ଏଚଆର କଏଲ୍ସ, ଇଆରଡବ୍ଲୁ ପାଇପ୍ସ, ଏସଡବ୍ଲୁ ପାଇପ୍ସ, ସିଆର ସିଟ୍‍ସ ଓ କଏଲ୍ସ, ଗାଲ୍‍ଭାନାଇଜ୍‍ଡ ସିଟ୍‍ସ, ସିଲିକନ ଷ୍ଟିଲ ସିଟ୍‍, ଏକ୍ସପୋର୍ଟ ସ୍ଲାବ ଆଦି ଉଚ୍ଚ ଗୁଣମାନର ଇସ୍ପାତ ସାମଗ୍ରୀ ଉତ୍ପାଦନ ଜରିଆରେ ଭାରତ ସରକାରଙ୍କ ‘ମେକ୍‍ ଇନ ଇଣ୍ଡିଆ’ ପ୍ରୟାସ ଅଧୀନରେ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧ ରହିଛି ଏବଂ ଏଠାରେ ବ୍ୟାପକ ସ୍ୱୟଂଚାଳିତ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । 


ଏସ୍‍ଟିପିଆଇ ଏବଂ ସେଲ୍‍-ଆରଏସପି ମଧ୍ୟରେ ସହଭାଗିତା ଏକ ମଜଭୁତ ମଞ୍ଚ ସ୍ଥାପନ କରିବା ସହିତ ନବୋନ୍ମେଷକୁ ପ୍ରେରିତ କରିବ ଏବଂ ଷ୍ଟାର୍ଟଅପ୍‍ଗୁଡିକରେ ନବସୃଜନକୁ ପ୍ରୋତ୍ସାହିତ କରିବା ସହିତ ରାଜ୍ୟରେ ନବୋନ୍ମେଷ ପରିଚାଳିତ ଔଦ୍ୟୋଗିକତା ସୃଷ୍ଟି କରିବା ମନେ କରାଯାଉଛି । 


ଏହି ବୁଝାମଣାପତ୍ର ଆରଏସ୍‍ପିରେ ଡିଜିଟାଲାଇଜେସନ ଅଭିଯାନରେ ଉନ୍ନତି ଆଣିବା ଏବଂ ଇଣ୍ଡଷ୍ଟ୍ରି ୪.୦ ମାନକର ରୂପାୟନ ନିମନ୍ତେ ଲକ୍ଷ୍ୟ ରଖିଛି ।


ଏସ୍‍ଟିପିଆଇ-ଭୁବନେଶ୍ୱରର ଜୁରିସ୍‍ଡିକ୍ସନାଲ ଡାଇରେକ୍ଟର (ଓଡ଼ିଶା, ବିହାର ଓ ଝାଡଖଣ୍ଡ) ଶ୍ରୀ ମାନସ ପଣ୍ଡା ଏବଂ ରାଉରଲୋ ଇସ୍ପାତ କାରଖାନା, ସେଲ୍‍ର ଏକ୍‍ଜିକ୍ୟୁଟିଭ ଡାଇରେକ୍ଟର (ୱାର୍କସ) ଶ୍ରୀ ଏସ.ଆର.ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଏସ୍‍ଟିପିଆଇ ଏବଂ ସେଲ୍‍ ଆରଏସପିର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

Powered by Froala Editor

Tags RSPL, SAIL, STPI

Related articles Odisha News Lens 4.1

  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
    ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15251
    Jul 08, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...

    15131
    Jul 07, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14473
    Jul 08, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14587
    Jul 07, 2026
  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ
    ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13822
    Jul 07, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13495
    Jul 08, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15561
    Jul 08, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା
    ଦେଶ-ଦେଶାନ୍ତର

    କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14454
    Jul 08, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    14127
    Jul 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13495
    Jul 08, 2026
  • ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13822
    Jul 07, 2026
  • ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    14127
    Jul 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18035
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15236
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15568
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15374
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15239
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14663
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15838
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15708
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13814
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14926
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15561
    Jul 08, 2026
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15251
    Jul 08, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’ ପଦକ

    15131
    Jul 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In