ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଆତ୍ମସାତ ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା ଇସ୍ତଫା ଦେଇଥିବାବେଳେ ସୋମବାର ଟ୍ରଷ୍ଟ ଏହାକୁ ଗ୍ରହଣ କରିଛି। କ୍ରିଷ୍ଣ ମୋହନଙ୍କୁ ମନ୍ଦିର ଟ୍ରଷ୍ଟର ଅନ୍ତରୀଣ ସାଧାରଣ ସମ୍ପାଦକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ (ସୋମବାର, ଜୁଲାଇ ୬)ରେ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ଟ୍ରଷ୍ଟର ସଭାପତି ଚମ୍ପତ ରାୟ ଏବଂ ଅନ୍ୟ ଜଣେ ଟ୍ରଷ୍ଟି ଅନିଲ ମିଶ୍ରାଙ୍କ ଇସ୍ତଫା ଗ୍ରହଣ କରାଯାଇ ଥିଲା। ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଥିଲେ। ଏହି ସମୟରେ ଗୋବିନ୍ଦ ଦେବ ଗିରି ଭାବପ୍ରବଣ ହେବାର ନଜର ଆସି ଥିଲେ। ସେ ଦାନ ଅର୍ଥ ହଡ଼ପ ଘଟଣାରେ ଖୁବ୍ ଦୁଃଖିତ ଥିବା କହି ଥିଲେ। ଗୋବିନ୍ଦ ଦେବ ଗିରି କହିଥିଲେ ଯେ, ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ଭାବରେ, ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି କୃଷ୍ଣ ମୋହନଙ୍କୁ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ଭାବରେ ନିଯୁକ୍ତ କରାଯାଇଛି। ସେ ଚମ୍ପତ ରାୟଙ୍କ ସ୍ଥାନ ନେବେ ଏବଂ ବର୍ତ୍ତମାନ ପାଇଁ ମନ୍ଦିର ଟ୍ରଷ୍ଟର କାର୍ଯ୍ୟ ତଦାରଖ କରିବେ।
ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ସାଧାରଣ ସମ୍ପାଦକ ବଜରଙ୍ଗ ବଗ୍ରା ଟ୍ରଷ୍ଟର ପରବର୍ତ୍ତୀ ସାଧାରଣ ସମ୍ପାଦକ ହୋଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ବଗ୍ରା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ନାଲ୍କୋର ପୂର୍ବତନ ମୁଖ୍ୟ। ତାଙ୍କର ପ୍ରଶାସନ ଏବ ଆର୍ଥତ୍କ ବ୍ୟାପାରରେ ଗଭୀର ଅଭିଜ୍ଞତା ରହିଛି। ନୂଆ ସଧାରଣ ସମ୍ପାଦକ ନିଯୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା ହୋଇନାହିଁ।
Powered by Froala Editor