ଖୁବଶୀଘ୍ର ଲଞ୍ଚ କରିବ ନାଜାଲ ଭ୍ୟାକସିନ, ଚାଲୁଛି ପରୀକ୍ଷଣ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସରୁ ପ୍ରତିହତ କରିବା ପାଇଁ କୋଭାକ୍ସିନ ଟିକା ଯୋଗାଉଥିବା କମ୍ପାନୀ ଭାରତ ବାୟୋଟେକର ଏମିତି ଡକ୍ଟର କି୍ରଷ୍ଣା ଇଲା ସୂଚନା ଦେଇଛନ୍ତି ଯେ ତାଙ୍କ କମ୍ପାନୀ ଖୁବ ଶୀଘ୍ର କରୋନା ମୁକାବିଲା ପାଇଁ ଏକ ନାଜାଲ ଭ୍ୟାକସିନ ଲଞ୍ଚ କରିବ । ଏହି ନାଜାଲ ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଏବେ ଚାଲିଛି । ଏଥିପାଇଁ ମେ’୮ ଡେଡଲାଇନ ରହିଛି । ଯଦି ସରକାରୀ କର୍ତ୍ତୃପକ୍ଷ ସହଯୋଗ କରନ୍ତି, ତାହା ହେଲେ କରୋନା ମୁକାବିଲା ପାଇଁ ନାଜାଲ ଭ୍ୟାକସିନ ଲଞ୍ଚ କରିବାରେ ସେ ବିଶ୍ୱର ପ୍ରଥମ କମ୍ପାନୀ ହେବ । ଅବଶ୍ୟ ଏ କ୍ଷେତ୍ରରେ ତାକୁ ଆମେରିକା ଓ ଚୀନର କମ୍ପାନୀମାନଙ୍କ ଠାରୁ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡୁଛି । ସେ ଆହୁରି କହିଛନ୍ତି ଯେ ଏବେ ଦିଆଯାଉଥିବା ଟିକା କେବଳ ଫୁସଫୁସଠାରୁ ତଳ ଭାଗକୁ କରୋନା ସଂକ୍ରମଣ ଦ୍ୱାରା ରକ୍ଷା କରିପାରିବ । କିନ୍ତୁ ନାକରେ କରୋନା ପଶିବାକୁ ଏହା ରୋକିପାରିବ ନାହିଁ । ତେଣୁ ଏହି ଟିକା ନେଇଥିବା ବ୍ୟକ୍ତି ପୁଣି ଥରେ କରୋନା ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି ।
Powered by Froala Editor