ହାକୁଟି ମାରୁଛିକି? ଏପରି କରନ୍ତୁ ଉପଚାର
ଖାଦ୍ୟ ଖାଇବା ପରେ ସାଧାରଣତଃ ଲୋକଙ୍କୁ ହାକୁଟି ଦେଇଥାଏ । ଏହାକୁ ଏକ ସାଧାରଣ ସମସ୍ୟା ବୋଲି ଧରାଯାଏ । ଯଦି ଦିନସାରା ଏହି ପ୍ରକ୍ରିୟା ଲାଗି ରୁହେ ତେବେ ଏହା ଅନେକ ରୋଗର ସଙ୍କେତ ଦେଇଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ପାଚନ ତନ୍ତ୍ର ଠିକ୍ ଭାବେ କାର୍ଯ୍ୟ ନ କରିବା । ତେବେ ଅଚାନକ ହାକୁଟି ମାରିବା ଦ୍ୱାରା ଓଜନ କମ୍ ହେବା ସହ କ୍ୟାନସର୍ ରୋଗର ମଧ୍ୟ ଆଶଙ୍କା ଦେଖା ଯାଇଥାଏ । ପାଟି ବଡ କରି ଖାଉଥିବା ବ୍ୟକ୍ତି ଖାଦ୍ୟକୁ ଭଲଭାବେ ନ ଚୋବାଇ ଖାଇବା ଫଳରେ ପବନ ପଶି ଯାଇଥାଏ ଯେଉଁଥିପାଇଁ ହାକୁଡି ମାରିଥାଏ । ଏହାକୁ ‘ଏରୋଫେଜିଆ’ କୁହାଯାଏ । ଅନେକ ସମୟରେ ଗ୍ୟାସ ହେବା ଫଳରେ ଓ ଅଧିକ ଚିନ୍ତା କରିବା ଫଳରେ ହାକୁଟି ଦେଇଥାଏ ।
କିପରି କରିବେ ଏହାର ଉପଚାର ଜାଣନ୍ତୁ ।
-ହାକୁଟି ଆସିଲେ ପ୍ରଥମେ ଥଣ୍ଡା ପାଣି କିମ୍ବା ଉଷୁମ ପାଣି ଏକ ଗ୍ଲାସ ପିଅନ୍ତୁ ।
-ଯଦି ଆପଣଙ୍କ ହାକୁଟି ସମସ୍ୟା ଥାଏ, ତେବେ ଦୁଇଟି ଗୁଜୁରାତି ଗୁଣ୍ଡ କରି ପୋଦିନା ପତ୍ର ମିଶାଇ ୧କପ୍ ପାଣିରେ ଫୁଟାଇ ପିଅନ୍ତୁ । ଏହା କରିବା ଦ୍ୱାରା ହାକୁଡି ସମସ୍ୟା ଶୀଘ୍ର ଠିକ୍ ହୋଇ ଯାଇଥାଏ ।
-ହାକୁଡି ଆସିବା ସମୟରେ ଏକ ବଡ ଚାମଚ ମହୁ ଖାଆନ୍ତୁ ଓ କିଛି ଦହିରେ ଲୁଣ ମିଶାଇ ଅଳ୍ପ ଅଳ୍ପ କରି ଖାଆନ୍ତୁ । ଏହା ଦ୍ୱାରା ଆପଣ ହାକୁଟି ସମସ୍ୟାରୁ ମୁକ୍ତି ପାଇ ପାରିବେ ।
-ହାକୁଟି ସମୟରେ ଚିନି ଖାଇଲେ ମଧ୍ୟ ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିଥାଏ ।
Powered by Froala Editor