ଫେବୃୟାରୀ ସୁଦ୍ଧା ଦେଶରେ କରୋନା ମହାମାରୀର ତୃତୀୟ ଲହର!

ନୂଆଦିଲ୍ଲୀ: ହୁ ହୁ ହୋଇ ମାଡିଚାଲିଛି ଓମିକ୍ରନ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତାରେ ସାରା ବିଶ୍ୱ । ସମସ୍ତ ପ୍ରକାର କଟକଣାକୁ ଭେଦ କରି ବିଭିନ୍ନ ଦେଶରେ ପଶି ଓମିକ୍ରନ ତାର କାୟା ବିସ୍ତାର କରିବାରେ ଲାଗିଛି ।
ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା ଏହା ୧୨ଟି ରାଜ୍ୟକୁ ଓମିକ୍ରନ ବ୍ୟାପି ସାରିଲାଣି ଓ ଏଥିରେ ୧୪୩ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି । ଏଭଳି ସ୍ଥିତିକୁ ଦେଖି କୋଭିଡ ସୁପର ମଡେଲ କମିଟି ଅନୁମାନ କରିଛି ଯେ, ଆସନ୍ତା ୨୦୨୨ ଫେବୃୟାରୀ ସୁଦ୍ଧା ଦେଶରେ କରୋନା ମହାମାରୀର ତୃତୀୟ ଲହର ଆସିପାରେ ।
କମିଟିର ଆକଳନ ଅନୁସାରେ ଓମିକ୍ରନ ପ୍ରଭାବକୁ ଦେଖିଲେ ଲାଗୁଛି ତୃତୀୟ ଲହର, ଦ୍ୱତୀୟ ଲହର ଅପେକ୍ଷା କମ୍ ଭୟଙ୍କର ହେବ । ସଂକ୍ରମଣ ହାର ବୃଦ୍ଧି ହେଲେ ମଧ୍ୟ ମୃତୁ୍ୟ ସଂଖ୍ୟା କମ୍ ରହିବ । ଏହି କମିଟିାର ମୁଖ୍ୟ ବିଦ୍ୟାସାଗର କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ଦୈନିକ କରୋନା ସଂକ୍ରମଣ ୭୦ହଜାର ୫୦୦ ପାଖାପାଖି ଆସୁଛି । କିନ୍ତୁ ଯେତେବେଳେ ଓମିକ୍ରନ ମୁଖ୍ୟ ଭାଇରସ୍ ଭାବେ ଡେଲ୍ଟାକୁ ରିପ୍ଲେସ୍ କରିବ, ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେବ । କାରଣ ଏହି ଭାରିଆଣ୍ଟ ଡେଲ୍ଟା ଠାରୁ ୫ଗୁଣା ଦ୍ରୁତ ଗତିରେ ବ୍ୟାପୁଛି । ତେଣୁ କରୋନାର ତୃତୀୟ ଲହରର କାରଣ ଓମିକ୍ରନ ହିଁ ହେବ ବୋଲି ଏହି କମିଟି ଆକଳନ କରିଛି ।
Powered by Froala Editor