ଭାରତର ଅଭିବୃଦ୍ଧି ୮.୨ ପ୍ରତିଶତ ରହିବ !

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୮.୨ ପ୍ରତିଶତ ହେବ । ଆମେରିକୀୟ ବ୍ରୋକରେଜ କମ୍ପାନୀ ବ୍ୟାଙ୍କ ଅଫ୍ ଆମେରିକା ଏହି ଅନୁମାନ କରିଛି । ବ୍ରୋକରେଜ କମ୍ପାନୀ ନୂଆ ବର୍ଷ ପାଇଁ ନିଜ ଆଉଟଲୁକରେ କହିଛି କି ଆସନ୍ତା ବର୍ଷରେ ଭାରତର ଅର୍ଥନୈତିକ କାର୍ୟ୍ୟକଳାପ ସ୍ବାଭାବିକ ରହିବ ଏବଂ ଅଭିବୃଦ୍ଧିକୁ ଗତି ମିଳିବ ।
ବ୍ୟାଙ୍କ ଅଫ୍ ଆମେରିକା ଏହା ମଧ୍ୟ କହିଛି ଯେ, ଭାରତ ଏକ ସକରାତ୍ମକ ମନୋଭାବ ସହ ୨୦୨୧ରେ ପ୍ରବେଶ କରିଥିଲା ଏବଂ ଏହାର ଆର୍ଥିକ ଅଭିବୃଦ୍ଧିରେ ସୁଧାର ଆସିଥିଲା । ହେଲେ ମହାମାରୀର ଦ୍ବିତୀୟ ଲହର ଦେଶକୁ ପୁଣି ଝଟକା ଦେଇଥିଲା ଏବଂ ଭାରତର ଅର୍ଥନୀତି ପୁନର୍ବାର ପୁନରୁଦ୍ଧାର ଟ୍ରାକରୁ ଖସିଯାଇଥିଲା । ଯେଉଁ କାରଣରୁ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରିଥିଲା । ହେଲେ କମ୍ପାନୀର ବିଶ୍ବାସ, ୨୦୨୨ ବର୍ଷ ଦେଶ ପାଇଁ ସାମାନ୍ୟ ରହିବ । ଉପଭୋଗ ବଢିବା ସହ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବ ।ଏପରିକି ବ୍ୟାଙ୍କ ଅଫ୍ ଆମେରିକା ୨୦୨୧-୨୨ ବିତ୍ତ ବର୍ଷ ପାଇଁ ନିଜ ରାଷ୍ଟ୍ରର ଅଭିବୃଦ୍ଧି ହାର ୯.୩ ପ୍ରତିଶତରୁ କମ୍ ରହିବା ନେଇ ଅନୁମାନ ଲଗାଇଛି । ଆମେରିକାରେ କମ୍ ଟୀକାକରଣ ହାର ଏବଂ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବୃଦ୍ଧି ଯୋଗୁଁ ଅଭିବୃଦ୍ଧି ଆକଳନକୁ କମାଇଛି କମ୍ପାନୀ ।ଯଦି ବିଭିନ୍ନ ସେକ୍ଟରକୁ ବିଚାରକୁ ନେବା, ତାହାହେଲେ ବ୍ୟାଙ୍କ ଅଫ୍ ଆମେରିକାର ଅନୁମାନ କି କୃଷି, ବନୀକରଣ, ମତ୍ସ୍ୟଚାଷ କ୍ଷେତ୍ରରେ ଅଭିବୃଦ୍ଧି ହାର ଆସନ୍ତା ବର୍ଷରେ ୩.୫ ପ୍ରତିଶତ ରହିବ । ଏହି କ୍ରମରେ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ୧୦ ପ୍ରତିଶତରୁ ହ୍ରାସ ପାଇ ୭ ପ୍ରତିଶତ ହେବ ଏବଂ ସେବା କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ହାର ୯ ପ୍ରତିଶତରୁ ଖସିଯାଇ ୭.୯ ପ୍ରତିଶତ ରହିବ ବୋଲି ଆକଳନ କରିଛି କମ୍ପାନୀ ।ଆହୁରି ମଧ୍ୟ ବ୍ରୋକରେଜ କମ୍ପାନୀ କହିଛି ଯେ, ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୫.୬ ପ୍ରତିଶତ ଛୁଇଁବ । ଏହାକୁ ଦୃଷ୍ଟିରେ ରଖି ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୧ ପ୍ରତିଶତ ବୃଦ୍ଧି କରିପାରନ୍ତି ।
Powered by Froala Editor