କଂଗ୍ରେସରେ ସାମିଲ ହେବେ ହରଭଜନ !

ହରଭଜନ ସିଂହଙ୍କୁ ନେଇ ପଞ୍ଜାବ ରାଜନୀତିରେ ଚର୍ଚ୍ଚା ବଢିବାରେ ଲାଗିଛି । କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ ଦଳର ସ୍ପିନ୍ନର ହରଭଜନ ସିଂଙ୍କ ସହ ଏକ ଫଟୋ ସେୟାର କରିଥିଲେ । ସେ ଏହି ଫଟୋ ସେୟାର କରି ଲେଖିଛନ୍ତି କି ‘ଏହି ଫଟୋ ଅନେକ ସମ୍ଭାବନାରେ ପରିପୂର୍ଣ୍ଣ’ । ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ କଣ ହରଭଜନ ସିଂହ କଂଗ୍ରେସରେ ଯୋଗ ଦେବେ ?
କିଛି ଦିନ ପୂର୍ବେ ହରଭଜନ ସିଂ ବିଜେପିରେ ସାମିଲ ହେବେ ବୋଲି ଏକ ଖବର ସାମ୍ନାକୁ ଆସିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଏହାକୁ ‘ଫେକ୍ ନ୍ୟୁଜ’ ବୋଲି ଟ୍ୱିଟ କରି କହିଥିଲେ ହରଭଜନ। ଆଗାମୀ ଦିନରେ ଜଳନ୍ଧରର କୌଣସି ବିଧାନସଭା ଆସନରୁ ହରଭଜନ ସିଂହଙ୍କୁ କଂଗ୍ରେସ ପ୍ରାର୍ଥୀ କରିବାକୁ ଚାହୁଁଛି। ହରଭଜନ ସିଂହଙ୍କ ସହ ଦଳର ଆଲୋଚନା ଜାରି ରହିଛି। କିନ୍ତୁ କିଛି ଚୂଡାନ୍ତ ହୋଇନଥିବା କୁହାଯାଉଛି।
Powered by Froala Editor