ଆଉ ୩ ଓମ୍ରିକମ୍ ସଂକ୍ରମିତ ଚିହ୍ନଟ : ୭ ବର୍ଷର ଶିଶୁ ଆକ୍ରାନ୍ତ

ଦେଶରେ ଓମିକ୍ରନ୍ ଭାରିଏଣ୍ଟର ମାମଲା ବୃଦ୍ଧି ପାଉଛି । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଦୁଇଟି ନୂତନ ଓମିକ୍ରନ୍ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ ପଶ୍ଚିମବଙ୍ଗର ଜଣେ ସାତ ବର୍ଷର ବାଳକ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏହା ଓମିକ୍ରନର ପ୍ରଥମ ମାମଲା । ଏହି ୭ ବର୍ଷର ଶିଶୁ ମୁର୍ସିଦାବାଦର ବାସିନ୍ଦା । ସେ ନିକଟରେ ଆବୁଧାବିରୁ ଫେରିଥିଲା। ଶିଶୁ କରୋନା ସଂକ୍ରମଣର ନୂତନ ଭାରିଏଣ୍ଟ ଓମିକ୍ରନ ଦ୍ବାରା ସଂକ୍ରମିତ ହେବା ପରେ ମୁର୍ସିଦାବାଦର ଏକ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛି। ଶିଶୁର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାର ପିତାମାତାଙ୍କର ବି ପରୀକ୍ଷା କରାଯାଇଥିଲା। ସେମାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା।
ସୂଚନା ଅନୁଯାୟୀ, ଏବେ ସୁଦ୍ଧା ଦେଶରେ ମୋଟ ୯ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି। ତେଲେଙ୍ଗାନା ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀନିବାସ ରାଓ କହିଛନ୍ତି ଯେ ସଂକ୍ରମିତଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ମହିଳା ଅଛନ୍ତି। ପୁରୁଷ ଜଣକ ସୋମାଲିୟାର ହୋଇଥିବାବେଳେ ମହିଳା କେନିଆର ବାସିନ୍ଦା। ଉଭୟ ସଂକ୍ରମିତ ଲୋକଙ୍କୁ ଟ୍ରାକିଂ କରାଯାଉଛି।
ଏପର୍ୟ୍ୟନ୍ତ ମହାରାଷ୍ଟ୍ରରେ ମୋଟ ୨୮ ଟି ଓମିକ୍ରନ ସଂକ୍ରମିତ ମାମଲା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାଜସ୍ଥାନ ୯ ଟି ମାମଲା ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ବ୍ୟତୀତ ଗୁଜୁରାଟ (୪), କର୍ଣ୍ଣାଟକ (୩), କେରଳ (୧), ତେଲେଙ୍ଗାନା (୨) ଆନ୍ଧ୍ରପ୍ରଦେଶ (୧) ଏବଂ ଦିଲ୍ଲୀ (୬) ରେ ମାମଲା ରହିଛି।
Powered by Froala Editor