ବଡ଼ ଖବର: ଚିତ୍ତ ମୃତୁ୍ୟର କ୍ରାମମବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ
ଭୁବନେଶ୍ୱର: ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଙ୍କ ମୃତୁ୍ୟ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ଘଟଣାର କ୍ରାମଇବ୍ରାଞ୍ଚଞ୍ଚ ତଦନ୍ତ ପାଇଁ ଡିଜିପି ଶ୍ରୀ ଅଭୟ ନିଦେ୍ର୍ଧଶ ଦେଇଛନ୍ତି । ଡିଜିପି ଶ୍ରୀ ଅଭୟ ଏନେଇ ପ୍ରେସ ରିଲିଜ କରି କ୍ରାଇମବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରକାଶ ଯେ, ଗତ ୧୩ ତାରିଖ ଦିନ ପୁରୀ ନୂଆନଈ ନିକଟରେ ଚିତ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ସଦର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତେବେ ପରିବାର ଲୋକ ଏହି ହତ୍ୟା ଘଟଣାରେ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ଅଭିଯୋଗ କରି ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବାକୁ ଦାବି କରୁଥିଲେ ।
ସୂଚନାଯୋଗ୍ୟ, ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗା ଘରେ ଆୟୋଜିତ ହୋଇଥିଲା ଭୋଜି। ସେଠାକୁ ଯାଇଥିଲେ ଚିତ୍ତରଂଜନ। କିନ୍ତୁ ଘରକୁ ଆଉ ଫେରି ନଥିଲେ। ତାଙ୍କ ମୋବାଇଲ ବନ୍ଦ ରହିଥିଲା। ରବିବାର ଯାଏ କୌଣସି ପତ୍ତା ନମିଳିବାରୁ ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଖୋଳତାଡ଼ ଭିତରେ ଗତକାଲି ନୂଆନଈରୁ ମିଳିଥିଲା ମୃତଦେହ।
Powered by Froala Editor