ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ
ଦେଶବ୍ୟାପୀ ଏଲ୍ପିଜି ସଂକଟ ଲାଗି ରହିଛି । ଇତି ମଧ୍ୟରେ ବେଙ୍ଗାଲୁରୁର ଏକ କାଫେ ଲେମ୍ବୁ ପାଣି ଉପରେ ୫ ପ୍ରତିଶତ ଗ୍ୟାସ ସଂକଟ ଚାର୍ଜ ଆଦାୟ କରିଛି । ଯାହାକି ଆଶ୍ଚର୍ଯ୍ୟର କଥା । ଗଣମାଧ୍ୟମରେ କାଫେର ଏହି ରସିଦ ଏବେ ଭାଇରାଲ୍ ହେବାରେ ଲାଗିଛି । ଲୋକମାନେ ଏହାକୁ ପ୍ରବଳ ସମାଲୋଚନା କରିଛନ୍ତି । ଲେମ୍ବୁ ପାଣି ପ୍ରସ୍ତୁତି କେଉଁ ଗ୍ୟାସ୍ ବ୍ୟବହାର ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଏପରିକି କିଛି ବ୍ୟକ୍ତି ଏହାକୁ ଲୁଟିବାର ନୂଆ ତରିକା କହିଛନ୍ତି ।
ଥିୟୋ କାଫେର ଏହି ରସିଦ୍ରେ ଜଣେ ଗ୍ରାହକ ଦୁଇଟି ମିଣ୍ଟ ଲେମୋନେଡ୍ (ଲେମ୍ବୁ ପାଣି) ଅର୍ଡର କରିଥିଲେ । ଗୋଟିଏ ଲେମୋନେଡ୍ର ଦାମ୍ ୧୭୯ ଟଙ୍କା । ସେହି ହିସାବରେ ଦୁଇଟି ଲେମୋନେଡ୍ ଦାମ୍ ୩୫୮ ଟଙ୍କା । କାଫେ ପ୍ରଥମେ ଏହା ଉପରେ ୫ ପ୍ରତିଶତ ରିହାତି ଦେଇଛି । ଏହା ପରେ ଜିଏସ୍ଟି ସହିତ ଗ୍ୟାସ ସଂକଟ ଚାର୍ଜ ଲଗାଇଛି । ଗ୍ୟାସ ସଂକଟ ଚାର୍ଜ ବାବଦରେ ୫ ପ୍ରତିଶତ ଅର୍ଥାତ୍ ୧୭ ଟଙ୍କା ୦୧ ପଇସା ଆଦାୟ କରାଯାଇଛି ।
Powered by Froala Editor