କୁକୁଡ଼ା ଫାର୍ମରୁ ନକଲି ମଦ କାରଖାନା ଠାବ
ହିଂଜିଳିକାଟୁ ନୂଅ।ମକଝୋଳ ଗାଁର ଶେଷ ମୁଣ୍ଡରେ ଥିବା ଏକ କୁକୁଡା ଫାର୍ମରୁ ନକଲି ମଦ କାରଖାନା ଠାବ ହୋଇଛି । ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ଏହି କାରଖାନାରେ ଚଢଉ କରି ମଦ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏହି ସବୁ ମଦ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା ବୋଲି ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି । ହେଲେ ଏହାର ମାଷ୍ଟରମାଇଣ୍ଡ କିଏ ବୋଲି ଏଯାଏ ଜଣାପଡିନାହିଁ । ପୁଲିସର ଏକ ସ୍ପେଶାଲ ଟିମ୍ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଯାଞ୍ଚ ଚଳାଇଛି ।
ସୂଚନାଯୋଗ୍ୟ ଯେ, ୟୁଟ୍ୟୁବ ଦେଖି କଲିକାତାରୁ କଂଚାମାଲ ସଂଗ୍ରହ କରି ନକଲି ମଦ ତିଅ।ରି କରି ଓଡିଶା ଅ।ନ୍ଧ୍ର ବର୍ଡର ଗିରିଶୋଲା ଅଂଚଳକୁ ଏହା ସପ୍ଲାଇ ହେଉଥିଲା । ଯାହାକୁ ନେଇ ଅ।ଜି ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ଅଚାନକ ଚଢାଉ କରି ନକଲି ମଦ କାରଖାନାକୁ ସିଲ୍ କରିବା ସହ ଏହି ଚଢାଉରେ ତିନିଜଣକୁ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ଏଥିସହିତ ବହୁ ପରିମାଣର ନକଲି ସିଲ୍, ନକଲି ମଦ କାଚ ବୋତଲ, ସହ ମେସିନକୁ ଜବତ କରିଥିବା ବିଭାଗ ସୂଚନା ଦେଇଛି ।
Powered by Froala Editor