ସ୍ୱର୍ଗଦ୍ୱାରରେ ଲାଗିପାରେ କଟକଣା: ବାହାର ଜିଲ୍ଲାବାସୀ ଅସ୍ଥି ବିର୍ସଜନ କିମ୍ବା ଶ୍ରାଦ୍ଧ କରିପାରିବେ ନାହିଁ

ଆସନ୍ତାକାଲି ଅର୍ଥାତ ସୋମବାରୁ ଠାରୁ ସ୍ଵର୍ଗଦ୍ଵାର ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ବନ୍ଦ କରାଯାଇପାରେ । ଦିନକୁ ଦିନ ରାଜ୍ୟରେ ବଢୁଥିବା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇପାରେ। ଯଦିଓ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶ ହୋଇ ନାହିଁ କିନ୍ତୁ ପୂର୍ବବର୍ଷ ପରି ଏଥର ବି ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି।
ପୁରୀକୁ ଅଧିକରୁ ଅଧିକ ଶବ ସଂସ୍କାର ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକେ ଆସୁଛନ୍ତି । ତେଣୁ କୋଭିଡ ବ୍ୟାପିବାର ଆଶଙ୍କା ଦେଖି ପୁରୀ ପ୍ରଶାସନ ଏହି ନିଷ୍ପତି ନେଇଛି । ସେପଟେ କୋଭିଡ ସଂକ୍ରମିତଙ୍କ ଶବସଂସ୍କାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହା ସହ ଅସ୍ତି ବିର୍ସଜନ ଉପରେ ମଧ୍ୟ କଟକଣା ଲଗାଯାଇଛି।
ବିଶେଷକରି ମହୋଦଧିରେ ଅସ୍ଥି ବିର୍ସଜନ ଏବଂ ଶ୍ରାଦ୍ଧ କରିବାପାଇଁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସିଥାନ୍ତି । ତେଣୁ କୋଭିଡ ସମୟରେ ଏତେ ସଂଖ୍ୟକ ଲୋକଙ୍କୁ ଦୂରରେ ରଖିବାପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
Powered by Froala Editor