ଓମିକ୍ରନ: ମୁମ୍ବାଇରେ ୧୪୪ ଧାରା ଲାଗୁ

ମୁମ୍ବାଇ: ଦେଶରେ ୩୩ଟି ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇଥିବା ବେଳେ କେବଳ ମହାରାଷ୍ଟ୍ରରେ ଏହାର ସଂଖ୍ୟା ୧୭ ରହିଛି । ତେଣୁ ଏହାର ସଂକ୍ରମଣକୁ ରୋକିବା ପାଇଁ ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି । ମୁମ୍ବାଇରେ ରାଲି, ଜନସମାଗମ ଏବଂ ଯାନବାହନ ଚଳାଚଳ ଉପରେ କଟକଣା କରାଯିବା ସହ ଆଦେଶ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ମୁମ୍ବାଇ ପୁଲିସର ସୂଚନା ଅନୁସାରେ ଏଆଇଏମଆଇଏମ ପାର୍ଟି ଦ୍ୱାରା ଯୋଜନା କରାଯାଇଥିବା ରାଲିରେ ଅନେକ କର୍ମୀ ମୁମ୍ବାଇ ଆସିବାର ସମ୍ଭାବନା ରହିଥିବା ବେଳେ ସଞ୍ଜୟ ରାଉତଙ୍କ ବିବୃତ୍ତି ବିରୋଧରେ ବିଜେପି ଯୋଜନା କରିଥିବା ରାଲିକୁ ରୋକିବା ପାଇଁ ଏହି ଧାରା ଲଗାଯାଇଥିବା କୁହାଯାଇଛି ।
Powered by Froala Editor