୨୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ : ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ

ଗଜପତି ଜିଲ୍ଲା ଗରାବନ୍ଧ ଥାନା ଅଧୀନ କଇଁପୁର ପଞ୍ଚାୟତ ଅନ୍ତର୍ଗତ ମାଦବା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି । ଶନିବାର ଏକ ମ୍ୟାକ୍ସ ପିକଅପ୍ ଭ୍ୟାନ ଓଲଟି ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୪ ଜଣ ଆହତ ହୋଇ ଥିବା ଜଣା ପଡିଛି l
ଗୋଶାଣି ବ୍ଲକ ଅଧୀନ ଗରାବନ୍ଧ ସେକ୍ଟରର ଅଙ୍ଗନବାଡି କର୍ମୀମାନେ ମହେନ୍ଦ୍ରଗିରୀକୁ ବୁଲିବା ପାଇଁ ଏକ ମ୍ୟାକ୍ସ ପିକଅପ ଭ୍ୟାନ ନଂ ଓ ଆର ୨୦୮୨୨୩ ଯୋଗେ ୧୮ଜଣ କର୍ମୀ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ମାଦବା ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ପ୍ରାୟ କୋଡିଏ ଫୁଟ ତଳକୁ ଖସି ପଡିଥିଲା l ଫଳରେ ଘଟଣା ସ୍ଥଳରେ ଗରାବନ୍ଧ ଅଙ୍ଗନବାଡି କେନ୍ଦ୍ରର କର୍ମୀ କେ ମଣିମାଳାଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ତେବେ କେମିତି ଏବଂ କାହିଁକି ଦୁର୍ଘଟଣା ଘଟିଲା ଓ ଘାଟିରୁ ପିକଅପ୍ ଭ୍ୟାନ୍ ଖସିପଡ଼ିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ଏ ନେଇ ପୋଲିସ କେଶ ନଂ ୯୯/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Powered by Froala Editor