ଶାରଜାହରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୪ ଦିନ କାମ, ୩ ଦିନ ଛୁଟି

ଶାରଜାହ ସଂଯୁକ୍ତ ଏମିରେଟ ପ୍ରଶାସନ ଗୁରୁବାର ଦିନ ବଡ଼ ପଦକ୍ଷେପ ନେଇଛି। କର୍ମଚାରୀଙ୍କ କାର୍ଯ୍ୟ ଦିବସ ସପ୍ତାହରେ ୪ ଦିନ କରିଛନ୍ତି । ଏହି କ୍ରମରେ ଏବେ ସରକାରୀ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ପରିବର୍ତ୍ତେ ୩ ଦିନ ଛୁଟି ମିଳିବ । ୨୦୨୨ ଜାନୁଆରୀ ପହିଲା ଠାରୁ ଶାରଜାହରେ ସରକାରୀ କର୍ମଚାରୀମାନେ ସପ୍ତାହରେ ମାତ୍ର ୪ ଦିନ କାମ କରିବେ ।
ନୂଆ ନିୟମ ଅନୁଯାୟୀ, ଶାରଜାହର ସରକାରୀ ଅଫିସଗୁଡ଼ିକ ସୋମବାର ଠାରୁ ଗୁରୁବାର ଯାଏ କାମ କରିବ। ଏହାପରେ ଶୁକ୍ରବାର, ଶନିବାର ଓ ରବିବାର ଛୁଟି ହେବ। ଏହି ନିୟମ ଜାନୁଆରୀ ୧ରୁ ଆରମ୍ଭ ହେବ। ନୂଆ ନିୟମ ବ୍ୟବସାୟିକ ପରିବେଶ ଓ ଅର୍ଥନୀତିକ ମାର୍କେଟକୁ ସୁହାଇବା ସହ ଗ୍ଲୋବାଲ ଡେଭଲପମେଣ୍ଟରେ ସହାୟକ ହେବ ବୋଲି ପରିଷଦ କହିଛି।
ସୂଚନାଯୋଗ୍ୟ, ଶାରଜାହ ପୂର୍ବରୁ ୟୁଏଇ ମଧ୍ୟ ସପ୍ତାହକ ମଧ୍ୟରେ ଅଢ଼େଇ ଦିନିଆ ଛୁଟି ବ୍ୟବସ୍ଥା କରିଛି। ୟୁଏଇରେ ଏବେ ଶୁକ୍ରବାର ଓ ଶନିବାରକୁ ଛୁଟି ଭାବେ ବିବେଚନା କରାଯାଉଛି। କିନ୍ତୁ ନୂଆ ବର୍ଷ ଠାରୁ ସରକାରୀ କ୍ଷେତ୍ରର କର୍ମଚାରୀମାନେ ସପ୍ତାହକୁ ସାଢ଼େ ଚାରି ଦିନ କାମ କରିବେ। ସୋମବାରରୁ ଗୁରୁବାର ଓ ଶୁକ୍ରବାର ଦିନ ଅଧା କାମ ପରେ ଛୁଟି ଘୋଷଣା ହେବ। ଏହାପରେ ସମସ୍ତେ ନମାଜ ପାଠ ପାଇଁ ମଧ୍ୟ ସମୟ ପାଇପାରିବେ।
ଦୁବାଇ ଓ ଆବୁଧାବି ସରକାର କହିଛନ୍ତି କି ସେମାନେ ତାଙ୍କର କର୍ମଚାରୀମାନଙ୍କ ପାଇଁ ଏକ ସମାନ କାର୍ଯ୍ୟ ସପ୍ତାହ ନିର୍ଣ୍ଣୟ କରିବେ । ଅନ୍ୟପଟେ ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ କୌଣସି କୋହଳ କରାଯାଇ ନାହିଁ ।
Powered by Froala Editor